THE BYAPINI

ଟ୍ରକକୁ ପଛ ପଟୁ ଧକ୍କା ଦେଲା ଭ୍ୟାନ.. ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ

Get real time updates directly on you device, subscribe now.

ଟ୍ରକକୁ ପଛ ପଟୁ ଧକ୍କା ଦେଲା ଓମିନି ଭ୍ୟାନ ।ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତାଳପଡାରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ତାଳପଡାରୁ ଭୋଜି ଖାଇ ନିଜ ଘର ଗୁମାଗଡ ସ୍ଥିତ ବାଡିସୁଗା ଯାଉଥିଲେ ଏହି ସମୟରେ ଲାହାବାଡିରେ ଦୁର୍ଘଟଣା ଘଟିଛି ।ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।
ଓମିନି ଭ୍ୟାନରେ ୧୦ ଜଣ ଥିଲେ । ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ୭ ଜଣ ଗୁରୁତର ହୋଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଏହାପରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.