ଘରୋଇ କଳିକୁ କେନ୍ଦ୍ର କରି ଏସିଡ୍ ମାଡ
ଘରୋଇ କଳିକୁ କେନ୍ଦ୍ର କରି ଏସିଡ୍ ମାଡ । ବଡ ଭାଇର ଏସିଡ ମାଡରେ ସାଇ ଭାଇ ସମେତ ୪ ପଡୋଶୀ ଗୁରୁତର ।ବରଗଡ ସହର ନୂଆପଡାରେ ଏହି ଏସିଡ୍ ମାଡ ହୋଇଛି । ଏଥିରେ ଚାରି ଜଣ ଗୁରୁତର ହୋଇଛନ୍ତି । ନୂଆପଡା ୱାର୍ଡର ୧୧ ନମ୍ବର ୱାର୍ଡର ମନୋଜ ସୋନି ଏବଂ ପବନ ସୋନିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ପବନ ସୋନି ଏଥିରେ ଉତ୍ୟକ୍ତ ହୋଇ ମନୋଜ ସୋନିଙ୍କ ଉପରେ ଏସିଡ୍ ମାଡ କରିଛନ୍ତି ।
ଏହି ସମୟରେ ପାଖରେ ଥିବା ଲୋକ ବିବାଦର ସମାଧାନ କରିବାକୁ ଆସିଥିଲେ । ହେଲେ ପବନ ସୋନି ଏହି ତିନି ଜଣଙ୍କ ଉପରକୁ ମଧ୍ୟ ଏସିଡ୍ ମାଡ କରିଥିଲେ । ଗୁରୁତରଙ୍କୁ ପ୍ରଥମେ ବରଗଡ ଟାଉନ ହସ୍ପିଟାଲ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।