୨୩ ଘଣ୍ଟା ଧରି ରେଡ୍
ପ୍ରାୟ ୨୩ ଘଣ୍ଟାର ଛାନ୍ଭିନ୍ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ଫେରିଲା ଭିଜିଲାନ୍ସ ଟିମ୍। ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରେ ରେଡ୍ କରିିଛି ଭିଜିଲାନ୍ସ । ରାତି ସାରା ରେଡ୍ କରିଥିଲା ଭିଜିଲାନ୍ସ । ଜଣେ ସହଯୋଗୀଙ୍କ ନିକଟରୁ ୨୦ ଲକ୍ଷ ଟଙ୍କା ମିଳିଛି ।ରବିବାର ସକାଳ ପ୍ରାୟ ୭ଟା ୩୦ରୁ ସୋମବାର ସକାଳ ୬ଟା ପର୍ୟ୍ୟନ୍ତ ଚାଲିଥିଲା ଭିଜିଲାନ୍ସ ରେଡ୍। ତେବେ ରେଡ୍ ବେଳେ କିଛି ଟଙ୍କା ସହ ଅଧିକ ପରିମାଣର ସୁନା ଗହଣା ମିଳିଥିବା ସୂଚନା ମିଳିଛି
ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଓ ବିଧାୟକଙ୍କ ସହଯୋଗୀ, ଡ୍ରାଇଭର ଏବଂ ସମ୍ପର୍କୀୟ ଘରକୁ ମିଶାଇ ୧୫ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍। ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ କରିଥିଲା ଭିଜିଲାନ୍ସ। ଏହି ମାମଲାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ।