THE BYAPINI

ଲକଡାଉନ ପରେ ବଢିଲା ଦୁର୍ଘଟଣା..ଖୋର୍ଦ୍ଧାରେ ସବୁଠୁ ଅଧିକ

Get real time updates directly on you device, subscribe now.

ରାଜ୍ୟରେ ଲକଡାଉନ ସମୟରେ ୬୪ ପ୍ରତିଶତ ଦୁର୍ଘଟଣା କମିଥିଲା । ହେଲେ ଗତ ସେପ୍ଟେମ୍ବର, ଅକ୍ଟୋବରରେ ମାସରେ ୨୭ ପ୍ରତିଶତ ବଢ଼ିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ । ସେହିପରି ବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ କିଛି ବ୍ଲାକ ସ୍ପଟ୍ ଅଂଚଳ ଅଧିକ ଦୁର୍ଘଟଣାପ୍ରବଣ ବୋଲି ଜଣାପଡିଛି । ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ମୋଟ ୨୦ଟି ବ୍ଲାକ ସ୍ପଟ୍ ବା ସମ୍ବେଦନଶୀଳ ଜାଗା ଚିହ୍ନଟ କରାଯାଇଛି।

ସେପ୍ଟେମ୍ବରରୁ ଅକ୍ଟୋବର । ରାଜ୍ୟରେ ମାସକରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୨୭ ପ୍ରତିଶତ ବଢ଼ିଛି । ଯାହାକି ଚିନ୍ତାର ବିଷୟ । ସଡ଼କ ସୁରକ୍ଷା ସମ୍ପର୍କିତ ସଂସଦୀୟ କମିଟିର ପ୍ରଥମ ବୈଠକରେ ଖୋର୍ଦ୍ଧା ଜିଲ୍ଲାରେ ସଡ଼କ ଦୁର୍ଘଟଣା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା ।ଲକ୍‌ଡାଉନ୍‌ ସମୟରେ ୬୪ ପ୍ରତିଶତ ଦୁର୍ଘଟଣା ମୃତ୍ୟୁ କମିଥିଲା ବେଳେ ହଠାତ୍ ବୃଦ୍ଧି ପାଇଥିବାରୁ ପୋଲିସ, ପରିବହନ ବିଭାଗ ଓ କମିଟି କର୍ମକର୍ତ୍ତାଙ୍କୁ ଚିନ୍ତାରେ ପକାଇଛି ।

ସେହିପରି ଭୁବନେଶ୍ୱରର ପିତାପଲି, ପାହାଳ, ଆଚାର୍ୟ୍ୟ ବିହାର ଛକ, ଏଜି ଛକରୁ ରାଜଭବନ ଛକ, ରାମମନ୍ଦିର ଛକରୁ ମାଷ୍ଟର କ୍ୟାଂଟିନ, କଳିଙ୍ଗ ବିହାର ଓ ତମାଣ୍ଡୋ ଛକ, ଆଇଗଣିଆ, ଗଙ୍ଗପଡା ଛକ, ଲିଙ୍ଗିପୁର କଟ୍, ରାମେଶ୍ୱର, ନାଚୁଣୀ, ହଂସପାଳ ଓ ବୋମିଖାଲରେ ଅଧିକ ଦୁର୍ଘଟଣା ପ୍ରବଣ ବୋଲି ଜଣାପଡ଼ିଛି ।କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୦୧୯-୨୦ରେ ୭୮୦ ଦୁର୍ଘଟଣା ହୋଇଛି ଏବଂ ୫୦୪ ଜଣଙ୍କ ଜୀବନ ଯାଇଛି । ଏଥିରେ ଗୁରୁତର ହୋଇଛନ୍ତି ୮୫୫ ଓ ଆହତ ହୋଇଛନ୍ତି ୬୬୮ ।ସେହିପରି ୨୦୨୧ ପ୍ରଥମ ଦୁଇ ମାସରେ ୧୯୧ ଜଣ ବିନା ହେଲମେଟରେ ଧରାପଡିଛନ୍ତି । ୧୭୦୩ ଜଣ ଦ୍ରୁତଗତିରେ ଗାଡିଚାଳନା, ଗାଡି ଚଳାଇବା ବେଳେ ସିଟବେଲଟ ନବାନ୍ଧି ୨୮୫ ଜଣ ଧରାପଡିଛନ୍ତି । ମଦ ପିଇ ଗାଡି ଚଳାଉଥିବା ୧୯ ଜଣଙ୍କୁ ଧରିଛି ପୁଲିସ । ନିୟମ ଉଲଂଘନ ଅଭିଯୋଗରେ ୩ ହଜାର ଜଣଙ୍କ ଡିଏଲ୍ ବାତିଲ କରାଯାଇଛି ।

ପ୍ରତିବର୍ଷ ଦୁର୍ଘଟଣା ୧୦ ପ୍ରତିଶତ କମାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ସଡ଼କ ସୁରକ୍ଷା ସମ୍ପର୍କିତ ପ୍ରଥମ ସଂସଦୀୟ କମିଟି ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ସଡ଼କ ସୁରକ୍ଷା ନେଇ ଖୋର୍ଦ୍ଧା ଜିଲ୍ଲାର ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି ସାଂସଦ ଅମର ପଟ୍ଟନାୟକ, ପିନାକୀ ମିଶ୍ର, ପରିବହନ ବିଭାଗର ଅଧିକାରୀ , ମେଡ଼ିକାଲ ଷ୍ଟାଫ, ବରିଷ୍ଠ ପୁଲିସ ଅଧିକାରୀ ଓ ମେଡିକାଲ ଅଧିକାରୀ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.