THE BYAPINI

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ

Get real time updates directly on you device, subscribe now.

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ । ଶ୍ରୀମନ୍ଦିର କାର୍ୟ୍ୟାଳୟ ଚାଲୁଥିବା ପୁରୁଣା କୋଠାକୁ ଉଚ୍ଛେଦ କରାଯାଉଛି । ଏଥିପାଇଁ ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ୟ୍ୟାଳୟ ପର୍ୟ୍ୟନ୍ତ ପୁଲିସ ଛାଉଣୀ ହୋଇଛନ୍ତି । ଏହା ହେଉଛି ଶ୍ରୀମନ୍ଦିର ପ୍ରଶାସନର ସର୍ବପୁରାତନ କୋଠା । ଶହ ଶହ ବର୍ଷ ପୂର୍ବରୁ ଏହି କୋଠାରେ ଗଜପତି ମହାରାଜାଙ୍କ ଅଫିସ ଚାଲୁଥିଲା । ପରବର୍ତୀ ସମୟରେ ଆଇନ ବିଭାଗ ଅଧିନରେ ଶ୍ରୀମନ୍ଦିର କାର୍ୟ୍ୟାଳୟ ଚାଲୁଥିଲା ।
ଜେସିବି ସାହାର୍ୟ୍ୟରେ କୋଠା ଭାଙ୍ଗା ଆରମ୍ଭ ହୋଇଛିି । ଶ୍ରୀମନ୍ଦିର ଐତିହ ସୁରକ୍ଷା ପ୍ରାଚୀର ନିର୍ମାଣ କରିବା ପାଇଁ ଟେଣ୍ଡର ନେଇଥିବା ଟାଟା ପ୍ରୋଜେକ୍ଟ ଲିମିଟେଡ ପକ୍ଷରୁ ଉଚ୍ଛେଦ କରାଯାଉଛି । ୨ ପ୍ଲାଟୁନ ପୋଲିସ ଫୋର୍ସ ଓ ୨ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୋଠା ଭଙ୍ଗା ଯାଉଛି ।ଏହି କୋଠାରେ ଏବେ ୧୫ଟି ଦୋକାନ ଘର ଥିଲା । ଏହି ଦୋକାନ ଗୁଡ଼ିକକୁ ଖାଲି କରାଯାଇଛ ଉଚ୍ଛେଦ କାମ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.