THE BYAPINI

ଅଗ୍ନି ପ୍ରାଇମ ମିସାଇଲ୍‌ର ସଫଳ ପରୀକ୍ଷଣ

Get real time updates directly on you device, subscribe now.

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ମିସାଇଲ ପରୀକ୍ଷଣ କ୍ଷେତ୍ରରେ ଭାରତ ଆଉପାଦେ ଆଗେଇଛି । ଅଗ୍ନି ପ୍ରାଇମ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ ହୋଇଛି। ଓଡିଶାର ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହି ମିସାଇଲ୍‌ର ପରୀକ୍ଷଣ କରାଯାଇଛି ।

ଅଧିକାରୀମାନଙ୍କ କହିବା ମୁତାବକ ଏହି କ୍ଷେପଣାସ୍ତ୍ରରେ ଅନେକ ନୁତନ ବୈଶିଷ୍ଟ୍ୟ ଯୋଡା ଯାଇଛି । ଏହା ୧୦୦୦-୨୦୦୦ କିଲୋମିଟର ମଧ୍ୟରେ ଆକ୍ରମଣ କରିପାରିବ । ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ର ସମସ୍ତ ଉଦ୍ଦେଶ୍ୟକୁ ଦକ୍ଷତାର ସହ ପୂରଣ କରିଥିବା କଥା ଅଧିକାରୀମାନେ କହିଛନ୍ତି । ଅଗ୍ନି ସିରିଜ୍‌ର ଏହି ମିସାଇଲ୍‌କୁ ଡିଆର୍‌ଡିଓ ପ୍ରସ୍ତୁତ କରିଛି । ଅଗ୍ନି ପ୍ରାଇମ୍‌ର ଓଜନ କମ୍‌ ହୋଇଥିବାରୁ ଏହାକୁ ବ୍ୟବହାର କରିବା ଅତି ସହଜ ହେବ । ସେପଟେ ଅଗ୍ନି ପ୍ରାଇମ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‌ଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.