THE BYAPINI

୩୮ ଜଣଙ୍କୁ ଫାଶୀ ଦଣ୍ଡ

Get real time updates directly on you device, subscribe now.

୨୦୦୮ ଅହମ୍ମଦାବାଦ ସିରିଜ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଥିବା ୪୯ ଜଣଙ୍କ ମଧ୍ୟରୁ ଏକକାଳୀନ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ପେଶାଲ କୋର୍ଟ । ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ନ୍ୟାୟିକ ଇତିହାସରେ ୩୮ ଜଣଙ୍କୁ ଏକକାଳୀନ ଫାଶୀ ଦଣ୍ଡାଦେଶ ଦେବା ବିରଳ ଘଟଣା ।
୨୦୦୮, ୨୬ ଜୁଲାଇରେ ଅହମ୍ମଦାବାଦରେ ହୋଇଥିଲା ସିରିଜ ବିସ୍ଫୋରଣ । ଗୋଟିଏ ଘଣ୍ଟାରେ ହୋଇଥିଲା ୨୧ ବିସ୍ଫୋରଣ । ବିସ୍ଫୋରଣରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୧ ଲକ୍ଷ, ଗୁରୁତର ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତମାନଙ୍କୁ ୨୫ ହଜାର ଟଙ୍କା ଲେଖାଏ ଦେବାକୁ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ ବର୍ଷ ଫେବୃଆରୀ ୮ରେ ସମସ୍ତ ୪୯ ଜଣ ସିରିଜ୍ ବୋମା ବିସ୍ଫୋରଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ସମୟରେ ୨୮ ଜଣଙ୍କୁ ନିର୍ଦ୍ଦୋଷ ଖଲାସ କରାଯାଇଥିଲା। ସ୍ପେଶାଲ କୋର୍ଟ ଦୀର୍ଘ ୧୩ ବର୍ଷ ହେଲା ମାମଲାର ଶୁଣାଣି କରି ରାୟ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.