THE BYAPINI

ୟୁକ୍ରେନକୁ ବିମାନ ପଠାଇଲା ଭାରତ

Get real time updates directly on you device, subscribe now.

ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ପ୍ରକ୍ରିୟା ଆରମ୍ଭ । ୟୁକ୍ରେନ ଅଭିମୁଖେ ଉଡାଣ ଭରିଛି ଏୟାର ଇଣ୍ଡିଆ ବିମାନ । କିଭର୍ ବୋରିସ୍ପିଲ ବିମାନବନ୍ଦରରେ ଅବତରଣ କରିବ ଏୟାର ଇଣ୍ଡିଆ । ସପ୍ତାହକ ଭିତରେ ୩ଟି ବିମାନରେ ଫେରିବେ ଭାରତୀୟ । ୟୁକ୍ରେନ୍ କିବରୁ ଆଜି ରାତି ୧୦ଟା ୧୫ରେ ଏୟାର ଇଣ୍ଡିଆର ପ୍ରଥମ ବିମାନ ଦିଲ୍ଲୀରେ ଭାରତୀୟଙ୍କୁ ନେଇ ପହଂଚିବ । ସେହିପରି ୨୪ ଓ ୨୬ ତାରିଖରେ ଆଉ ଦୁଇଟି ବିମାନ ୟୁକ୍ରେନରୁ ଭାରତୀୟଙ୍କୁ ନେଇ ଦିଲ୍ଲୀ ଆସିବ ।
ୟୁକ୍ରେନ ଓ ରୁଷ ମଧ୍ୟରେ ବିବାଦ ବଢ଼ୁଥିବାରୁ ଭାରତ ସରକାର ୟୁକ୍ରେନରୁ ଓ ୟୁକ୍ରେନକୁ ବିମାନ ଉଡ଼ାଣ ପାଇଁ ଲଗାଇଥିବା କଟକଣା ହଟାଇ ଦେଇଛନ୍ତି। ଏହାଦ୍ୱାରା ଅଧିକ ସଂଖ୍ୟକ ଲୋକ ବିମାନ ଯୋଗେ ଭାରତ ଫେରିବାର ସୁଯୋଗ ପାଇପାରିବେ। ସେହିପରି ଫେବୃଆରୀ ୧୮ରେ ଭାରତ ସରକାର ୟୁକ୍ରେନ ସହ ୩ଟି ବନ୍ଦେ ଭାରତ ମିଶନ ଜିରିଆରେ ବିମାନ ସେବା ଆରମ୍ଭ କରିବେ ବୋଲି କହିଥିଲେ।ଏହି ବନ୍ଦେ ଭାରତ ମିଶନରେ ୩ଟି ବିମାନ ଯଥାକ୍ରମେ ୨୨, ୨୪ ଓ ୨୬ ତାରିଖରେ ୟୁକ୍ରେନ ଯିବାର ଅଛି। ଆଜି ୨୨ ତାରିଖ ହୋଇଥିବାରୁ ପ୍ରଥମ ବିମାନଟି ନୂଆଦିଲ୍ଲୀରୁ ୟୁକ୍ରେନ ଅଭିମୁଖେ ଉଡ଼ାଣ ଭରିଛି। ନୂଆଦିଲ୍ଲୀରୁ ଉଡ଼ାଣ ଭରିଥିବା ବିମାନଟି ୟୁକ୍ରେନର ବୋରୟସ୍ପିଲ ଅନ୍ତର୍ଜାତୀୟ ବିମାନବନ୍ଦରେ ପହଞ୍ଚିବ।

Get real time updates directly on you device, subscribe now.

Leave A Reply

Your email address will not be published.