THE BYAPINI

ଜାମିନ ପରେ ବି ଜେଲରେ ରହିବେ ଆକାଶ ପାଠକ

Get real time updates directly on you device, subscribe now.

ଜାମିନ ପରେ ବି ଜେଲରେ ରହିବେ ଆକାଶ ପାଠକ । ଆକାଶଙ୍କ ନାଁରେ ହୋଇଥିବା ୬ଟି ମାମଲାରୁ ୫ଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଛି । ଆଉ ଗୋଟିଏ ମାମଲାରେ ତାଙ୍କୁ ଜାମିନ ମିଳିନଥିବାରୁ ସେ ଜେଲରେ ରହିବେ । ଟାଟା କମ୍ପାନୀରେ ଚାକିରୀ ଦେବା ନାଁରେ ଠକେଇ ମାମଲାରେ ଆଜି ତାଙ୍କୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି ।

ଆକାଶଙ୍କ ବିରୋଧରେ ୬ଟି ମାମାଲା ଥିଲା । ସେଥିରୁ ୫ଟି ମାମଲାରେ ଜାମିନ ମିଳିସାରିଛି । କ୍ରାଇମବ୍ରାଂଚରେ ହୋଇଥିବା ମାମଲାରେ ବେଲ ମିଳିନଥିବାରୁ ଜେଲରେୂରହିବେ । ଭିଜିଲାନ୍ସ ଓ ସ୍କାଏ କିଙ୍ଗ ମାମଲାରେ ଜାମିନ ମିଳିସାରିଛି । ଗୋଳନ୍ଥରା ଥାନାରେ ଦୁଇଟି ଓ ବୈଦନାଥପୁର ଥାନାରେ ଥିବା ଗୋଟିଏ ମାମଲାରେ ଜାମିନ ମିଳିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଆଇଏଫଏସ ଅଭୟ ପାଠକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ପରେ ତାଙ୍କ ପୁଅ ଆକାଶଙ୍କ କେଳେଙ୍କାରୀ ଧରାପଡିଯାଇଥିଲା । ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁରେ ଠକେଇ ଅଭିଯୋଗରେ ଆକାଶଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା । ଏବେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ନଭେମ୍ବର ମାସ ୨୭ ତାରିଖରେ ଅଭୟକାନ୍ତ ପାଠକ ଗିରଫ ହୋଇଥିଲେ । ହାଇକୋର୍ଟ ତାଙ୍କୁ ମଧ୍ୟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଫଳରେ ସେ ଦୀର୍ଘ ୬ମାସ ପରେ ଜେଲ୍ରୁ ମୁକୁଳିଥିଲେ । ତାଙ୍କ ବିରୋଧରେ ଥିବା ସମସ୍ତ ୩ ମାମଲାରେ ସେ ଜାମିନ୍ ପାଇବା ପରେ ଜେଲ୍ରୁ ମୁକୁଳିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.