ଜେରା ବେଳେ ସତ ଓଗାଳିଲେ..
ଜେରା ବେଳେ ଭିଜିଲାନ୍ସ ଆଗରେ ସତ ଓଗାଳିଛନ୍ତ ଆକାଶ ପାଠକ । ସେ ଟାଟା ମୋଟର୍ସେୀ ଚାକିରି କରିନଥିଲେ । ପଚରାଉଚରା ବେଳେ ଭିଜିଲାନ୍ସ ଆଗରେ ଏକଥା ସ୍ୱୀକାର କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ସେହିପରି ଚାର୍ଟର ପ୍ଲେନରେ ନିଜ ସଂପର୍କୀୟଙ୍କ ସହ ବିଦେଶ ଭ୍ରମଣ କଥା ବି ମାନିଛନ୍ତି । ତେବେ ତାଙ୍କ ଆକାଉଂଟରେ କୋଟି କୋଟି ଟଙ୍କ ଜମା ନେଇ ସେ ବୟାନ ବଦଳାଉଥିବା ଜଣାପଡିଛି ।
୩ ଦିନିଆ ରିମାଣ୍ଡରେ ଅଭୟ ପାଠକ ଓ ଆକାଶ ପାଠକଙ୍କୁ ଘନଘନ ଜେରା କରୁଛନ୍ତି ଭିଜିଲାନ୍ସ ଏସଆଇଟି ଟିମ । ଆଜି ରିମାଣ୍ଡର ଦ୍ୱିତୀୟ ଦିନ ଥିଲା । ଏସଆଇଟି ଟିମ ଆକାଶଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି । ଆକାଶ ପାଠକଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା କୁଆଡୁ ଆସିଲା ସେ ନେଇ ଚାଲିଛି ତନାଘନା । ସେପଟେ ଆକାଶ ପାଠକ ଟାଟା କମ୍ପାନୀର ଏମଡି ଅଛନ୍ତି କି ନହେଁ, ସତ ଜାଣିବାକୁ ଆଜି ଟାଟା କମ୍ପାନୀକୁ ଚିଠି ଲେଖିଥିଲା କମିସନରେଟ ପୁଲିସ ।
ସେପଟେ ପ୍ରବର୍ତନ ନିର୍ଦ୍ଦେଶାଳୟ ମଧ୍ୟ ପାଠକ ବାପ, ପୁଅଙ୍କ ଆର୍ଥିକ କାରବାର ନେଇ ତଦନ୍ତ ଆରମ୍ଭ କରିଛି । କେଉଁଠୁ କୋଟି କୋଟି ଟଙ୍କା ଆସିଲା ଓ କିଏ ପଠାଇଲା ସେ ଛାନଭିନ କରୁଛି ଇଡି ।