THE BYAPINI

ଅକ୍ଷୟ ହେଉ ଅକ୍ଷୟ ତୃତୀୟା…

Get real time updates directly on you device, subscribe now.

ଆଜି ପବିତ୍ର ଅକ୍ଷୟ ତୃତୀୟା। ଓଡିଆ ଜାତି, ଓଡିଆ ପରମ୍ପରାରେ ଏହି ଦିନର ମହତ୍ବ କାହିଁରେ କେତେ। ଚଷା ପୁଅର ପର୍ବ ଅକ୍ଷୟ ତୃତୀୟା। ଆଜିର ଦିନକୁ ବି କୃଷକ ଦିବସ ବୋଲି କୁହାଯାଏ। ଚାଷୀ ଆଜି ତା ନିଜ ବିଲରେ ମାଆ ଲକ୍ଷ୍ମୀଙ୍କୁ ସ୍ମରଣ କରି ଅକ୍ଷିମୁଠି ବାହେ। ଆଉ ବିଲରେ ଲଙ୍ଗଳ ବୁଲାଏ। ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରନ୍ତି । ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ୟ୍ୟର ଶୁଭାରମ୍ଭ କରିଥାଏ ଚଷାପୁଅ ।

ଶୁଭଦିନ ହୋଇଥିବାରୁ ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବାହାଘର ଆଦି ଶୁଭକର୍ମ ହୁଏ । ତେବେ ପରମ୍ପରା ଅନୁସାରେ ଚାଷୀ ନିଜ ସ୍ତ୍ରୀ ଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନ ଭର୍ତ୍ତି ଏକ ଗଉଣିକୁ ଶଙ୍ଖ ହୁଳହୁଳି ବଜାଇ ମୁଣ୍ଡରେ ଧରେ ଏବଂ ଅନ୍ୟ ଏକ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠି ଲକ୍ଷ୍ମୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି ।

ସେପଟେ ଆଜିର ଦିନରେ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାର୍ୟ୍ୟର ଶୁଭାରମ୍ଭ ହୁଏ। ରଥଖଳାରେ ତାଳଧ୍ଵଜ
, ନନ୍ଦିଘୋଷ, ଦେବଦଳନ ରଥର ଶୁଭ ଦିଆଯାଇଥାଏ । ଆଜି ଠାକୁରଙ୍କର ଚନ୍ଦନ ଯାତ୍ରା ହୁଏ। ରୀତିନୀତି ଅନୁସାରେ ଶ୍ରୀଜିଉଙ୍କ ସହ। ବିଭିନ୍ନ ସ୍ଥାନରେ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ।

ଅକ୍ଷୟ ତୃତୀୟା ଦିନ ନୂଆ ଅଳଙ୍କାର କିଣାଯାଏ। ଶୁଭ ଦିନ ପାଇଁ ଲୋକେ ସୁନା ଅଳଙ୍କାର କିଣନ୍ତି। ବିଶ୍ବାସ ରହିଛି ସେଦିନ ଗହଣା କିଣିଲେ ଘରକୁ ଲକ୍ଷ୍ୟ ଆସନ୍ତି। ତେବେ ନଜର ପକାନ୍ତୁ କଣ କଣ ଜିନିଷ ଆଜି କିଣିଲେ ଶୁଭପ୍ରାପ୍ତ ହେବ। ଘର, ଗାଡି, ଲକ୍ଷ୍ମୀଙ୍କ ଚରଣ ପାଦୁକା, କଉଡି , ଏକ ଆଖିଆ ନଡିଆ, ଲକ୍ଷ୍ମୀଙ୍କ ଫଟୋ, ଧାତୁ ନିର୍ମିତ କଚ୍ଛପ ଆଦି ଘରକୁ ଆଣିଲେ ଆଜିର ଦିନରେ ଶୁଭ ଶାନ୍ତି ମିଳେ ବୋଲି ବିଶ୍ୱାସ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.