THE BYAPINI

ଜୁନ ପହିଲାରୁ ଖୋଲିବ କଲେଜ,ଅନଲାଇନରେ ହେବ କ୍ଲାସ

Get real time updates directly on you device, subscribe now.

ଖରାଛୁଟି ପରେ ଖୋଲିବ କଲେଜ ଓ ବିଶ୍ୱ ବିଦ୍ୟାଳୟ । ମହାମାରୀ ସଂକ୍ରମଣ ମଧ୍ୟରେ ଜୁନ୍ ୧ରୁ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଜୁନ୍ ପହିଲାରୁ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । କିନ୍ତୁ ଛାତ୍ରଛାତ୍ରୀ ଆସିବେ ନାହିଁ , ଅନଲାଇନ କ୍ଲାସ ନେବେ ଅଧ୍ୟାପକ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଆସନ୍ତା ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଏନେଇ ବିଶ୍ବବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି । ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ଗୁଡିକ ମଧ୍ୟ ଜୁନ୍ ପହିଲାରୁ ଖୋଲିବାକୁ ଅନୁମତି ଦି‍ଆଯାଇଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡ଼ିକ ଜୁନ୍ ୧ ରୁ ଅନଲାଇନ୍ କ୍ଲାସ୍ ଆରମ୍ଭ କରିବେ। କ୍ଲାସ ରୁମର ବ୍ୟବସ୍ଥା ହୋଇ ନଥିବାରୁ ଅନଲାଇନ କ୍ଲାସ ହେବ । ଏହା ବ୍ୟତୀତ ହଷ୍ଟେଲଗୁଡିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ବନ୍ଦ ରହିବ ।

୨୦୨୧ ଏପ୍ରିଲ ୧୬ତାରିଖରେ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ । ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଦ୍ୱିତୀୟ ପର୍ୟ୍ୟାୟ ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.