THE BYAPINI

‘ପ୍ରଧାନମନ୍ତ୍ରୀ କ’ଣ କହୁଛନ୍ତି, ମୁଖ୍ୟମନ୍ତ୍ରୀ କାହିିଁକି କହିବେ’?

Get real time updates directly on you device, subscribe now.

ପ୍ରଧାନମନ୍ତ୍ରୀ କଣ ସବୁ କଥାରେ ସଂସଦରେ କହୁଛନ୍ତି, ତାହେଲେ ମୁଖ୍ୟମନ୍ତ୍ରୀ ସବୁ କଥାରେ ବିବୃତି କାହିଁକି ରଖିବେ । ଧାନ କିଣା ପ୍ରସଙ୍ଗରେ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ବିରୋଧୀ ଦାବି କରିଥିବା ବେଳେ ଶାସକ ଦଳ ଅଜବ ଯୁକ୍ତି କରିଛି । ପ୍ରଧାନମନ୍ତ୍ରୀ କଣ ସଂସଦରେ ସବୁ ପ୍ରସଙ୍ଗରେ ବିବୃତି ରଖୁଛନ୍ତି । ତାହେଲେ ମୁଖ୍ୟମନ୍ତ୍ରୀ କାହିଁକି ସବୁ ପ୍ରସଙ୍ଗରେ ବିବୃତି ରଖିବେ ବୋଲି ସରକାରୀ ଦଳର ମୁଖ୍ୟ ସଚେତବ ପ୍ରମିଳା ମଲ୍ଲିକ ପ୍ରଶ୍ନ କରିଛନ୍ତି, । ଆଗ ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା ଉଦ୍ୟମ ନେଇ କ୍ଷମା ମାଗନ୍ତୁ ବୋଲି ଶାସକ ଦଳ ଦାବି କରିଛି ।

ଶାସକ ଓ ବିରୋଧୀ ଦଳର ବିଧାୟକ ହୋହାଲ୍ଲା ଯୋଗୁଁ ୫ ଦିନ ହେବ ଚାଲିପାରୁନି ଗୃହ । ନିଜ ନିଜ ଜିଦରେ ସମସ୍ତେ ଅଟଳ ଥିବା ବେଳେ ଗୃହକୁ ସୁରୁଖୁରରେ ଚଳାଇବା ପାଇଁ ସର୍ବଦଳୀୟ ବ÷ଠକ ଡାକିଥିଲେ ବାଚସ୍ପତି । ହେଲେ ସର୍ବଦଳୀୟ ବୈଠକ ବିଫଳ ହୋଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ସବୁ ଦଳ ନିଜ ନିଜ ଦାବି ରଖୁଛନ୍ତି, କ୍ଷମା ପ୍ରସଙ୍ଗ ବି ଉଠୁଛି । ସବୁଦିନ ସବୁ ଦଳ କିଛି କିଛି ପରାମର୍ଶ ଦେଉଛନ୍ତି । ଆସନ୍ତାକାଲି ପୁଣି ଥରେ ବୈଠକ ବସି ଆଲୋଚନା ହେବ ବୋଲି ବାଚସ୍ପତି କହିଛନ୍ତି ।

ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରି ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି । ତେଣୁ ସେ କ୍ଷମା ନମାଗିବା ଯାଏ ଗୃହ ଚାଲିପାରିବନି ବୋଲି ନିଜ ଜିଦରେ ଅଟଳ ଅଛନ୍ତି । । ସେହପିରି ବିଜେପି ବିଧାୟକ ଧାନ କିଣା ପ୍ରସଙ୍ଗରେ ଶାସକ ଦଳକୁ ଘେରିବା ସହ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି ରଖିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.