THE BYAPINI

ଆଜିଠୁ ୩ ଜିଲ୍ଳାରେ ଖୋଲିଲା ଧର୍ମାନୁଷ୍ଠାନ

Get real time updates directly on you device, subscribe now.

ଆଜିଠାରୁ କଟକ, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି। କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲି ଥିବାବେଳେ ସିଏମ୍‌ସି ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଖୋଲିବ କି ନାହିଁ, ତାହା କଟକ ମହାନଗର ନିଗମ ନିଷ୍ପତ୍ତି ନେବ। ତେବେ ଧବଳେଶ୍ୱର ମନ୍ଦିର ଖୋଲିବ ନାହିଁ ବୋଲି ଜଣାପଡ଼ିଛି ।କେନ୍ଦ୍ରାପଡ଼ାର ସମସ୍ତ ଧର୍ମାନୁଷ୍ଠାନ ଖୋଲିିବା ନେଇ ଜିଲ୍ଲା ପ୍ରଶାସନ ଏସ୍‌ଓପି ଜାରି କରିଛି।ମନ୍ଦିରରେ ପ୍ରବେଶ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ। ୧୦ ବର୍ଷରୁ କମ୍ ପିଲା, ଗର୍ଭବତୀ ଓ ୬୦ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମନ୍ଦିରରେ ପ୍ରବେଶ ମନା।ମନ୍ଦିରରେ ନିୟମିତ ସାନିଟାଇଜେସନ ଓ କୋଭିଡ୍ କଟକଣା ପାଳନ ଉପରେ ଗୁରୁତ୍ୱ ଦିଆଯିବ। ଗୁପ୍ତେଶ୍ୱର ମନ୍ଦିରକୁ ଛାଡ଼ି କୋରାପୁଟ ଜିଲ୍ଲାର ସବୁ ମନ୍ଦିର ଖୋଲିଛି।

ଯାଜପୁରର ବିରଜା ମନ୍ଦିର ମଧ୍ୟ ଆଜିଠାରୁ ଖୋଲିଛି। ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବା ପାଇଁ ମାଙ୍କ ଦର୍ଶନରୁ ବଂଚିତ ହୋଇଥିଲେ ଶ୍ରଦ୍ଧାଳୁ । ମା’ଙ୍କ ବେଢ଼ା ପରିକ୍ରମା ନକରି କେବଳ ମା’ଙ୍କୁ ଦର୍ଶନ କରି ଫେରିବେ ଭକ୍ତ । ବେଢ଼ା ପରିସରରେ ବିବାହ କାର୍ୟ୍ୟକୁ ମଧ୍ୟ ବାରଣ କରିଛି ଜିଲ୍ଲା ପ୍ରଶାସନ । ସକାଳ ୬ଟାରୁ ରାତି ୮ଟା ପର୍ୟ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ ।

Get real time updates directly on you device, subscribe now.

Leave A Reply

Your email address will not be published.