THE BYAPINI

ଫେରିଲା ପୂର୍ବ ସ୍ଥିତି,ବନ୍ଦ ହେଲା ଧର୍ମାନୁଷ୍ଠାନ

Get real time updates directly on you device, subscribe now.

ପୁଣି ଫେରିଛି ପୂର୍ବ ସ୍ଥିତି । ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି । ର୍ଧମାନୁଷ୍ଠାନ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ସାଂଘାତିକ ଭାବେ ମାଡିଚାଲିଥିବା ବେଳେ ଖୋର୍ଦ୍ଧାରେ ସଂକ୍ରମଣ ସର୍ବାଧିକ ରହିଛି । ଭୁବନେଶ୍ୱରରେ ସଂକ୍ରମଣ ବଢୁଥିବାର ସମସ୍ତ ଧର୍ମାନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ଭୁବନେଶ୍ୱରରେ ଥିବା ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ । ନୀତିକାନ୍ତି ହେବ, ହେଲେ ଭକ୍ତଙ୍କ ପ୍ରବେଶରେ ଲାଗିଲା କଟକଣା । ରାଜଧାନୀରେ କରୋନା ସଂକ୍ରମଣର ବେଗ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ସଂକ୍ରମଣ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି ।ବିଭିନ୍ନ ଧର୍ମଗୁରୁଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନେଇଛି ବିଏମ୍‌ସି ।

ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିଥିବା ବେଳେ ଧର୍ମାନୁଷ୍ଠାନ କେବଳ ନୀତିକାନ୍ତି ଓ ପୂଜାର୍ଚ୍ଚନା ଜାରି ରହିବ । ବିଭିନ୍ନ ଧର୍ମଗୁରୁ ଓ କର୍ମକର୍ତ୍ତାଙ୍କ ସହ ଭିଡିଓ କନ୍‌ଫରେନ୍ସି ଜରିଆରେ ଆଲୋଚନା ପରେ ଏପରି ନିଷ୍ପତ୍ତି ନେଇଛି ବିଏମ୍‌ସି । ଏନେଇ ଖୁବଶୀଘ୍ର ଜାରି ହେବ ଗାଇଡ଼ଲାଇନ। ଖୋର୍ଦ୍ଧାରେ ଆଜି ଦିନକରେ ୮୦୦ ଉପରେ ରହିଛି ଆକ୍ରାନ୍ତ ସଂଖ୍ୟା । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତି ନେଇଛି ବିଏମସି ।

Get real time updates directly on you device, subscribe now.

Leave A Reply

Your email address will not be published.