THE BYAPINI

କାଲିଠୁ ଖୋଲିବ ସ୍କୁଲ

Get real time updates directly on you device, subscribe now.

ଆସନ୍ତାକାଲିଠୁ ଖୋଲିବ ସ୍କୁଲ । ୯ ମାସ ପରେ ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ ଏବଂ କଲେଜ । କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ପାଠପଢ଼ା । ସ୍କୁଲ ଖୋଲିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସମସ୍ତ ବ୍ୟବସ୍ଥା କରାଯାଇଛି ।

ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର ସ୍ଥିତ ୟୁନିଟ ୯ ଗର୍ଲସ ହାଇସ୍କୁଲ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି । କୋଭିଡ ଗାଇଡଲାଇନ ପାଳନ କରି ବିଦ୍ୟାଳୟରେ ପାଠପଢା ହେବ । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ । ଶ୍ରେଣୀ ଗୃହରେ ପିଲାଙ୍କ ମଧ୍ୟରେ ସାମଜିକ ଦୂରତା ରକ୍ଷା କରାଯିବ ।

ସ୍କୁଲ ପ୍ରବେଶ ପଥରେ ହ୍ୟାଣ୍ଡ ୱାସ ରହିବ । ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନଂ କରାଯିବ । ପ୍ରତିଦିନ ଶ୍ରେଣୀଗୃହକୁ ପ୍ରତିଦିନ ସାନିଟାଇଜ କରାଯିବ । ସ୍କୁଲ କାନ୍ଥରେ କୋଭିଡ ଗାଇଡଲାଇନ ପୋଷ୍ଟର ଲଗାଯାଇଛି ।
ସେପଟେ କଲେଜରେ ମଧ୍ୟ ପିଲାଙ୍କ ଭିତରେ ଗ୍ରୁପ ଓ ସେକ୍ସନ କରାଯାଇଛି । ସକାଳ ୮ଟା ୧୫ରୁ ଅପରାହ୍ନ ୪ଟା ଯାଏଁ କଲେଜ ଖୋଲା ରହିବ । ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଶହେ ଦିନ ଭିତରେ ସିଲାବସ ସାରିବାକୁ ଟାର୍ଗେଟ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.