ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ
ଅନିଦ୍ଦିଷ୍ଟ କାଳ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ । ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ଦିଲ୍ଲୀ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଓ କଲେଜକୁ ବନ୍ଦ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ।
କରୋନା ସଂକ୍ରମଣ ଯେପରି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ତାକୁ ନେଇ ଚିନ୍ତିତ ହୋଇପଡିଛନ୍ତି ସମସ୍ତେ । ପୁଣି ଥରେ ସମସ୍ତଙ୍କ ନିଦ ହଜାଇଦେଇଛି ଭାଇରସ । ଦେଶରେ କ୍ରମାଗତ ସଂକ୍ରମଣ ଲକ୍ଷେ ଉପରେ ରହୁଥିବା ବେଳେ ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ, ପଂଜାବରେ ଦିନକରେ ହଜାର ହାଜର ସଂଖ୍ୟାରେ ନୂଆ ଆକ୍ରାନ୍ତ ଚିହ୍ନଟ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଦିଲ୍ଲୀ ସରକାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ, ଓ କଲେଜକୁ ବନ୍ଦ କରିବାକ ନିର୍ଦ୍ଦେଶ ଦେଇଛନ୍ତି । ଯେପର୍ଯ୍ୟନ୍ତ ପରବର୍ତୀ ଆଦେଶ ଯାଇନି ସେଯାଏ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏନେଇ ଟୁଇଟ କାରି ସୂଚନା ଦେଇଛନ୍ତି ।
ଅନ୍ୟପଟେ ଏପ୍ରିଲ ୧୨ ତାରିଖରୁ ଦିଲ୍ଲୀରେ ଷଷ୍ଠ ପର୍ୟ୍ୟାୟ ସେରୋସର୍ଭେ ଆରମ୍ଭ କରାଯିବ । ଏଥିରେ ୨୭୮ ଟି ୱାର୍ଡରୁ ୨୮ ହଜାର ସାମ୍ପୁଲ ନିଆଯିବ ବୋଲି କୁହାଯାଇଛି । ପ୍ରତି ୱାର୍ଡରୁ ୧୦୦ ଲୋକଙ୍କ ସାମ୍ପୁଲ ନିଆଯିବ । ଏହି ସର୍ଭେରେ ଟିକା ନେଇଥିବା ଲୋକଙ୍କୁ ବି ସାମିଲ କରାଯିବ । ଏହାପୂର୍ବରୁ ଜାନୁଆରୀ ମାସରେ ପଞ୍ଚମ ସେରୋସର୍ଭେର ରିପୋର୍ଟ ଆସିଥିଲା ।
ଦିଲ୍ଲୀରେ ଶୁକ୍ରବାର ସାଢ଼େ ୭ ହଜାର ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଚଳିତ ବର୍ଷର ଗୋଟିଏ ଦିନରେ ସର୍ବାଧିକ କେସ୍। କରୋନା ଯୋଗୁଁ ରାଜଧାନୀରେ ଆଉ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦିଲ୍ଲୀରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧,୧୫୭କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ସଂକ୍ରମଣ ହାର ୬.୧ପ୍ରତିଶତରୁ ବୃଦ୍ଧି ଘଟି ୮.୧ ପ୍ରତିଶତରେ ପହଞ୍ଚିଛି।ଦିଲ୍ଲୀରେ ନାଇଟ କର୍ଫ୍ୟୁ କଟକଣା ସତ୍ୱେ ସଂକ୍ରମଣ ବଢିବାରେ ଲାଗିଛି ।