ମମତାଙ୍କ ନିଦ ଉଡାଇଲେ ଶାହା!
ଶାହାଙ୍କ ମିଶନ ପଶ୍ଚିମବଙ୍ଗ । ମମତାଙ୍କ ଗଡ଼ରେ ଶାହାଙ୍କ ଋଣହୁଙ୍କାର । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ମମତାଙ୍କ ନିଦ ଉଡାଇଦେଇଛି । ବୀରଭୂମରେ ଏକ ବିଶାଳ ରୋଡ ସୋ କରି ମମତାଙ୍କ ବିରାଧରେ ହୁଙ୍କାର ଦେଇଛନ୍ତି ଅମିତ ଶାହା । ରୋଡ ଶୋ ସହ ସ୍ଥାନୀୟ ଏକ ଚାଷୀଙ୍କ ଘରେ ମଧ୍ୟାହ୍ନଭୋଜନ କରିବା ସହ ବଙ୍ଗଳାର ପ୍ରସିଦ୍ଧ ବାଓଲ୍ ଗୀତକୁ ଶୁଣିଛନ୍ତି । ବଙ୍ଗଳା ସଂସ୍କୃତିକୁ ବେଶ ନିକଟରୁ ଅନୁଭବ କରିଛନ୍ତି ଶାହା ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟିଏମସି ଗଡ଼ କୁହାଯାଉଥିବା ବୀରଭୂମରେ ଗୃହମନ୍ତ୍ରୀ ଶାହା ରୋଡ୍ ସୋ’ କରିଛନ୍ତି। ରୋଡ ସୋରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ । ଜୀବନରେ ଏମିତି କେବେ ରୋଡ ସୋ ଦେଖିନଥିବା ଶାହା କହିଥିଲେ । ପଶ୍ଚିମବଙ୍ଗବାସ ପରିବର୍ତନ ଚାହୁଁଛନ୍ତି । ରୋଡ ସୋରୁ ମୋଦିଙ୍କ ପ୍ରତି ଥିବା ଲୋକଙ୍କ ଭଲପାଇବା ସ୍ପଷ୍ଟ ବାରି ହୋଇପଡୁଛି ବୋଲି କହିଛନ୍ତି ଅମିତ ଶାହା । ଜନସଭାରେ ମିଶନ ଦୁଇ ଶହ ପ୍ଲସ ନାରା ଦେଇ ମମତାଙ୍କୁ ଉପାଡି ଫୋପାଡି ଦେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଶାହା ।
ବୀରଭୂମ ଜିଲ୍ଲାର ବୋଲପୁରରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଶାହା କହିଥିଲେ ନିର୍ବାଚନରେ ଭଣଜାଙ୍କ ଦାଦାଗିରିକୁ ଶେଷ କରିବାକୁ ପରିବର୍ତନର ଆବଶ୍ୟକତା ରହିଛି । ସେହିପରି ଅନ୍ରୁପ୍ରବେଶକାରୀଙ୍କୁ ହଟାଇବାକୁ ପରିବର୍ତନ କରାଯିବ । ବିଧାନସଭା ନିର୍ବାଚନରେ ସୁଯୋଗ ଦେବାକୁ ବଙ୍ଗଳା ଭୋଟରକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗ୍ରହଣ କରାଯାଇଥିବା ଭୋଟ ପ୍ରଗତି ପାଇଁ ଏକ ଭୋଟ ହେବ ।ଏଠାରେ ଉପସ୍ଥିତ ଜନତା ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅସନ୍ତୋଷର ପ୍ରମାଣ ବୋଲି କହିଛନ୍ତି ଶାହା ।