ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅକ୍ଟୋବର ମାସରେ ଓଡ଼ିଶା ଗସ୍ତରେ ଆସିବେ ବୋଲି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅକ୍ଟୋବର ମାସ ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ରହୁଲ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରିୟଙ୍କା ଗାନ୍ଧୀ ମ୍ମ ଅକ୍ଟୋବରରେ ଆସିବାର ଯୋଜନା ରହିଛି । ଶ୍ରୀ ପାଣିଗ୍ରାହୀ କହିଛନ୍ତି, ନୂଆଦିଲ୍ଲୀରେ ଓଡିଶାର ୫ ଜଣ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟି ଓଡିଶା ଗସ୍ତ ନେଇ ଆଲୋଚନା କରିଛନ୍ତି । ରାହୁଲଙ୍କ ସହ ଆଲୋଚନା ସମୟରେ ରାଜ୍ୟ କଂଗ୍ରେସ ସଙ୍ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି । ୪ଟି ଜୋନରେ ବୈଠକ କରିବାକୁ ରାଜ୍ୟ କଂଗ୍ରେସ ଦେଇଥିବା ପ୍ରସ୍ତାବ ଅନୁସାରେ ରାହୁଲ ଗାନ୍ଧୀ ଓଡିଶା ଆସିବାକୁ ସହମତି ପ୍ରକାଶ କରିଛନ୍ତି । ତେବେ ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ଘୋଷଣା କରାଯିବ ।

Comments (0)
Add Comment