ଅକ୍ଷରଧାମ ମନ୍ଦିରରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ତାଙ୍କ ପତ୍ନୀଙ୍କ ଅଭିଷେକ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀର ଅକ୍ଷରଧାମ ମନ୍ଦିରରେ ଅଭିଷେକ କରିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି । ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସରକାରୀ ଗସ୍ତରେ ଆସିଥିବା ସୁନାକ ରାଜଘାଟ ଯିବା ପୂର୍ବରୁ ଆଜି ସକାଳେ ସପତ୍ନୀକ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ । ସେଠାରେ ଶ୍ରୀ ସୁନାକଙ୍କ ମନ୍ଦିର ପରିଦର୍ଶନ ଦୃଷ୍ଟିରୁ ମନ୍ଦିର ତଥା ଏହାର ଆଖପାଖରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସକାଳ ୬.୪୫ ମିନିଟରେ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ସୁନାକ ମନ୍ଦିରରେ ପହଂଚିବା ପରେ ତାଙ୍କୁ ପାରମ୍ପରିକ ହିନ୍ଦୁ ବିଧି ମତେ ଶୁଭେଚ୍ଛା ଜଣାଇ ସ୍ୱାଗତ କରାଯାଇଥିଲା । ଏହା ପରେ ଶ୍ରୀ ସୁନାକଙ୍କୁ ମନ୍ଦିରର ବରିଷ୍ଠ ସେବକମାନେ ସ୍ୱାଗତ କରିଥିଲେ ।

Comments (0)
Add Comment