ଅତ୍ୟାଧୁନିକ ଓପିଟିସିଏଲ ଟେକ୍ ଟାୱାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଆଜି   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟାଧୁନିକ ଓପିଟିସିଏଲ ( ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ )  ଟେକ ଟାୱାର  ଲୋକାର୍ପଣ କରିଛନ୍ତି । ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଟେକ ଟାୱାର। ଭୁବନେଶ୍ବର ସହିଦ ନଗରରେ ଏହି ଓପିଟିସିଏଲ ଟେକ ଟାୱାର ରହିଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ୫ଟି ସଚିବ  ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। କାର୍ଯ୍ୟକ୍ଷେତ୍ରର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆଧୁନିକ ସ୍ଥାପତ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଏହି କୋଠା ନିର୍ମାଣ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡ୍ ଓଡିଶାବାସୀଙ୍କୁ ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇବାରେ ନିୟୋଜିତ ଏବଂ ବିଦ୍ୟୁତ୍ କ୍ଷେତ୍ରର ପ୍ରଗତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରାଜ୍ୟର ଟ୍ରାନ୍ସମିସନ୍ ଭିତ୍ତିଭୂମିରେ OPTCL ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments (0)
Add Comment