କଟକ: ଯେଉଁ ପ୍ରାର୍ଥି ଅଧିକ ବ୍ୟବଧାନରେ ଜିତିବେ, ସେମାନଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ସାକ୍ଷାତ କରାଇବେ ବୋଲି ଭିକେ ପାଣ୍ଡିଆନ କହିଛନ୍ତି । କଟକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ସ୍ଥିତି ବହୁତ ଭଲ ଅଛି ଓ ବହୁ ବ୍ୟବଧାନରେ ବିଜେଡିର ସମସ୍ତ ପ୍ରାର୍ଥି ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ପାଣ୍ଡିଆନ । ଜିଲ୍ଲାର ସମସ୍ତ ପ୍ରାର୍ଥି ନିଶ୍ଚୟ ବିଜୟୀ ହେବେ ବୋଲି ପାଣ୍ଡିଆନ କହିଛନ୍ତି । ତେବେ ଅଧିକ ମାର୍ଜିନରେ ଦଳୀୟ ପ୍ରାର୍ଥିଙ୍କୁ ଜିତିବାକୁ ଆହ୍ବାନ କରିଛନ୍ତି ପାଣ୍ଡିଆନ । ରାଜ୍ୟର ସମସ୍ତ ଜିଲ୍ଲା ମଧ୍ୟରୁ କଟକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ କାମ କରିଛନ୍ତି ବୋଲି ସେ କହିଛନ୍ତି । ତେବେ ପୂର୍ବ ମାର୍ଜିନ ଅପେକ୍ଷା ଅଧିକ ମାର୍ଜିନରେ ବିଜୟ ହେବାକୁ ସେ ପ୍ରାର୍ଥିଙ୍କୁ ଆହ୍ବାନ କରିଛନ୍ତି । ରେକର୍ଡ ମାର୍ଜିନରେ ଜିତିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଡ଼ ଉପହାର ହେବ ବୋଲି କହିଛନ୍ତି ।
ସମସ୍ତ ପ୍ରାର୍ଥି ନିଶ୍ଚୟ ବିଜୟୀ ହେବେ, ମାତ୍ର ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ଜିତିବାକୁ ନେତାମାନଙ୍କୁ ସେ ଆହ୍ବାନ କରିଛନ୍ତି । ଏପରିକି ପାଣ୍ଡିଆନ ସମସ୍ତ ବ୍ୟବଧାନର ନିଜେ ସମୀକ୍ଷା କରିବେ ବୋଲି ମଧ୍ୟ ନେତାମାନଙ୍କୁ ଶୁଣାଇ ଦେଇଛନ୍ତି । ଏପରିକି ୨୦୧୪, ୨୦୧୯ ଏବଂ ଏଥର ଭୋଟର ବ୍ୟବଧାନ କେତେ ରହିବ, ପ୍ରତ୍ୟେକ ବୁଥର ସେ ନିଜେ ସମୀକ୍ଷା କରିବେ ବୋଲି ସମସ୍ତ ନେତାମାନଙ୍କୁ ସିଧାସଳଖ ଶୁଣାଇ ଦେଇଛନ୍ତି ।
ବଡ଼ କଥା ହେଉଛି ଓପନ ଷ୍ଟେଜରେ ସମସ୍ତ ନେତା ଓ କର୍ମୀମାନଙ୍କୁ ଏପରି ଆହ୍ବାନ ଦେଇଛନ୍ତି ପାଣ୍ଡିଆନ । ସେହିପରି ଯେଉଁମାନେ ଅଧିକ ବ୍ୟବଧାନରେ ଜିତିବେ, ସେମାନଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ସାକ୍ଷାତ କରାଇବେ ବୋଲି ସେ କହିଛନ୍ତି ।ସେହିପରି ଯେଉଁମାନେ ଅଧିକ ବ୍ୟବଧାନରେ ବିଜୟୀ ହେବେ, ସେମାନଙ୍କ ସମସ୍ତ କାର୍ୟ୍ୟ ଜୋରଦାରରେ କରାଯିବ ବୋଲି ମଧ୍ୟ ପାଣ୍ଡିଆନ କହିଛନ୍ତି । ୫୦ ପ୍ରତିଶତ ଭୋଟ ନୁହେଁ, ବରଂ ଏହାଠାରୁ ଅଧିକ ଭୋଟ ଦରକାର ବୋଲି ନେତା ଓ କର୍ମୀମାନଙ୍କୁ କହିଛନ୍ତି ପାଣ୍ଡିଆନ ।