ଅପରାଧୀଙ୍କୁ ଦଣ୍ଡିତ କରିବା ପାଇଁ ମୃତ୍ୟୁକାଳୀନ ଜମାନବନ୍ଦୀ ଏକମାତ୍ର ଆଧାର ହୋଇପାରିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ କେବଳ ପୀଡିତଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ମୁଖ୍ୟ ଆଧାର କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ମତପ୍ରକାଶ କରିଛନ୍ତି । ଯଦି ବୟାନର ସଠିକତା ନେଇ ସନ୍ଦେହ ରହିଥାଏ ତେବେ ମୃତ୍ୟୁକାଳୀନ ଜମାନବନ୍ଦୀକୁ ଏକମାତ୍ର ଆଧାର ଭାବରେ ଗ୍ରହଣ କରାଯାଇ କାହାକୁ ଦୋଷୀ ବୋଲି ଦଣ୍ଡିତ କରାଯାଇ ପାରିବ ନାହିଁ । ମୃତ୍ୟୁକାଳୀନ ଜମାନବନ୍ଦୀକୁ ଆଧାର ଭାବେ ବିଚାର କରିବା ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ହେବ । ଏହାକୁ ଅଦାଲତଗୁଡିକ ସତ ବୋଲି ବିବେଚନା କରିଥାନ୍ତି । ୨୦୧୪ ମସିହାରେ ୩ଜଣଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏବଂ ଆଜୀବନ ଜେଲ୍‌ଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି ମତ ରଖିଛନ୍ତି । ଅଦାଲତ ମୃତ୍ୟୁକାଳୀନ ଜମାନବନ୍ଦୀର ବିଭିନ୍ନ ଆଇନଗତ ଦିଗ ଉପରେ ପର୍ଯ୍ୟାଲୋଚନା କରିବା ପରେ ଏହା ସ୍ପଷ୍ଟ କରିଥିଲେ ଯେ ମୃତ୍ୟୁଶଯ୍ୟାରେ ଥିବା ଜଣେ ବ୍ୟକ୍ତି ମିଛ କହିବ ନାହିଁ ବୋଲି ଧରିନେବା ଉଚିତ ନୁହେଁ । ତେଣୁ ମୃତ୍ୟୁକାଳୀନ ଜମାନବନ୍ଦୀକୁ ସତ ବୋଲି ଧରିନେବା ସମୟରେ ତାହା ସଂପୂର୍ଣ୍ଣ ଭାବେ ବିଶ୍ୱାସଯୋଗ୍ୟ ହେବା ଉଚିତ । ଯଦି ସତ୍ୟତାକୁ ନେଇ କୌଣସି ସନ୍ଦେହ ଉପୁଜେ, ତାହେଲେ ତାହାକୁ କେବଳ ଏକ ପ୍ରମାଣ ଭାବେ ଗ୍ରହଣ କରାଯିବ । କିନ୍ତୁ ଦୋଷୀ ସାବ୍ୟସ୍ତ ପାଇଁ ତାହା ଏକମାତ୍ର ଭିତ୍ତି ହୋଇପାରିବ ନାହିଁ ବୋଲି ଅଦାଲତ କହିଛନ୍ତି । ବିଚାରପତି ବିଆର୍‌ ଗୱାଇ, ଜେବି ପାର୍‌ଦ୍ଦିୱାଲା, ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ଟିପ୍ପଣୀ ଦେଇଛନ୍ତି ।

Comments (0)
Add Comment