ଅପରେସନ୍‌ ଅଜୟ: ଇସ୍ରାଏଲ୍‌ରୁ ଫେରିଲେ ୨୧୨ଜଣ ଭାରତୀୟ

ନୂଆଦିଲ୍ଲୀ: ଇସ୍ରାଏଲ୍‌ରେ ଫସିଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଥିବା ‘ଅପରେସନ୍‌ ଅଜୟ’ର ପ୍ରଥମ ଚାର୍ଟର୍‌ ବିମାନରେ ଆଜି ସକାଳେ୨୧୨ଜଣ ଭାରତୀୟ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି ବୋଲି ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପ୍ରକାଶ କରିଛି । ବିମାନ ବନ୍ଦରରେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଇସ୍ରାଏଲ୍‌ରୁ ଆସିଥିବା ଭାରତୀୟମାନଙ୍କୁ ସ୍ୱାଗତ ଜଣାଇଥିଲେ । ଗୁରୁବାର ସନ୍ଧ୍ୟା ବେଳେ ତେଲ୍‌ ଆଭିଭ୍‌ ସ୍ଥିତ ବେନ୍‌ଗୁରିଅନ୍‌ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିଥିବା ଏହି ବିମାନରେ ୨୧୧ଜଣ ପ୍ରାପ୍ତ ବୟସ୍କ ଭାରତୀୟ ଓ ଗୋଟିଏ ନବଜାତ ଶିଶୁ ଥିଲେ । ଇସ୍ରାଏଲ୍‌ରୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ନାଗରିକମାନେ ନିଜ ଦେଶକୁ ଫେରି ଏବେ ଆଶ୍ୱସ୍ତ ଅନୁଭବ କରିବା ସହ ଭାରତ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Comments (0)
Add Comment