ବଲାଙ୍ଗିର: ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ବଡ଼ଧରଣର ଆଇଟି ରେଡ୍ । ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ରେଡ୍ ବେଳେ ଧରାପଡ଼ିଛି ପ୍ରାୟ ୨ଶହ କୋଟିରୁ ଅଧିକ ନଗଦ ଟଙ୍କା। ଏହା ଓଡ଼ିଶାରେ ଆଇଟି ରେଡ୍ ବେଳେ ଜବତ ସର୍ବାଧିକ ଟଙ୍କା ବୋଲି କୁହାଯାଇଛି।
ଆଇଟି ରେଡ୍ ବେଳେ ଗତ ରାତିରେ ମଦ ଭାଟିରେ ଥିବା ୯ଟି ଆଲମାରିରେ ଥାକ ଥାକ ଟଙ୍କା ମରା ଯାଇଥିବା ଦେଖିବାକୁ ମିଳିଥିଲା । ଜବତ ଟଙ୍କା ସବୁ ପ୍ରାୟ ୫ଶହ ଟଙ୍କିଆ ନୋଟ୍ ଥିବା ଜଣାଯାଇଛି। ଜବତ ଟଙ୍କାକୁ ବସ୍ତାରେ ପୂରାଯାଇ ବଲାଙ୍ଗିର ଷ୍ଟେଟ ବ୍ୟାଙ୍କକୁ ଗଣିବା ପାଇଁ ଅଣାଯାଇଛି। ତେବେ ବ୍ୟାଙ୍କରେ ମହଜୁଦ ଥିବା ଟଙ୍କା ଗଣା ମେଶିନ କମ୍ ଥିବା ଅନୁମାନ କରାଯାଇ ଆଖପାଖ ବ୍ୟାଙ୍କରୁ ମେଶିନ ଆସି ପହଞ୍ଚି ସାରିଛି। ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ବଡ଼ଧରଣର ଆଇଟି ରେଡ୍। ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କଂପାନୀର ବଲାଙ୍ଗିର ଅଫିସରେ ରେଡ୍ ବେଳେ ଧରାପଡ଼ିଲା ୨ଶହ କୋଟିରୁ ଅଧିକ ନଗଦ ଟଙ୍କା।
ଏହି ଘଟଣା ପରେ ଆୟକର ବିଭାଗ ସ୍କାନରକୁ ଆସିଛନ୍ତି ଏହି ସଂସ୍ଥାର ମୁଖ୍ୟ ଉଦୟଶଙ୍କର ପ୍ରସାଦ । ଘଟଣା ସଂପର୍କରେ ଆୟକର ବିଭାଗ କିମ୍ବା ଉଦୟ ଶଙ୍କରଙ୍କ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ, ଆୟକର ଫାଙ୍କି ଅଭିଯୋଗରେ ଆରମ୍ଭ ହୋଇଥିବା ତଦନ୍ତର ଏବେ ପରିସର ନିଶ୍ଚିତ ରୂପ ବଢ଼ିବ ବୋଲି ଅନୁମାନ କରାଯାଉଛି।
ଏତେ ଟଙ୍କା କାହିଁକି ଅଫିସରେ ରଖାଯାଇଥିଲା, କେଉଁ ସୂତ୍ରରୁ ଏହା ଆସିଥିଲା, ଏହାର ଉତ୍ସ କଣ, କେବେଠାରୁ ଏତେ ଟଙ୍କା ସେଠାରେ ରଖାଯାଇଥିଲା, କେଉଁ କ୍ଷେତ୍ରରେ ଏହାକୁ ଖର୍ଚ୍ଚ କରାଯାଇଥାନ୍ତା, ଏସବୁର ଉତ୍ତର ଖୋଜିବା ପାଇଁ ଏବେ ସବୁ କଳବଳ କୌଶଳ ଲଗାଇଦେବ ଆୟକର ବିଭାଗ ।