ଆଉ ଏକ ଇତିହାସ ରଚିବା ଚେଷ୍ଟାରେ ଇସ୍ରୋ

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପ୍ରାୟ ଦୁଇ ସପ୍ତାହ ବ୍ୟବଧାନରେ ରାତି ପାହି ସକାଳ ହୋଇଛି । ହେଲେ ଅତ୍ୟନ୍ତ ଶୀତଳ ମରୁ ଅଞ୍ଚଳରେ ପାଖାପାଖି ରହିଥିବା ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର କିମ୍ବା ରୋଭର ପ୍ରଜ୍ଞାନ କେହି ସକ୍ରିୟ ହୋଇନାହାନ୍ତି । ଏହାକୁ ଉଠାଇବା ପାଇଁ ଇସ୍‌ରୋ ବୈଜ୍ଞାନିକମାନେ ପ୍ରୟାସ ଚଳାଇଛନ୍ତି । ସେମାନଙ୍କ କହିବାନୁସାରେ ଦକ୍ଷିଣ ମେରୁରେ ଏବେ ତାପମାତ୍ରା ବିଯୁକ୍ତ ୨୦୦ ଡିଗ୍ରୀ ଥିବାବେଳେ ଏବଂ ପବନ ଆଦୌ ଚଳାଚଳ କରୁନାହିଁ । ଏଭଳି ପ୍ରତିକୂଳ ସ୍ଥିତିରେ ସେପ୍ଟେମ୍ବର ୪ରୁ ସୁପ୍ତ ଅବସ୍ଥାରେ ରହିଥିବା ବିକ୍ରମ ଓ ପ୍ରଜ୍ଞାନର ଯନ୍ତ୍ରପାତି ସକ୍ରିୟ ହୋଇପାରିବ କି ନାହିଁ ସନ୍ଦେହ ରହିଛି । ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ସକ୍ରିୟ କରିବା ପାଇଁ ଉଦ୍ୟମ ଚାଲିଛି । ଉଭୟକୁ ୩୦ରୁ ୪୦ ସେଣ୍ଟିମିଟର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବା ସହ ଯୋଗାଯୋଗ ସ୍ଥାପନ ଉଦ୍ୟମ ଚାଲିଛି । ସୂର୍ଯ୍ୟ କିରଣ ପଡ଼ୁଥିବାରୁ ଏହାର ବ୍ୟାଟେରୀକୁ ସତେଜ କରିବା ଉଦ୍ୟମ ହେଉଛି । ଏହା ସମ୍ଭବ ହେଲେ ଦିନେ ଦୁଇ ଦିନ ପରେ ବିକ୍ରମ ଓ ପ୍ରଜ୍ଞାନ ଜାଗତ ହୋଇପାରିବେ । ଏଥିରେ ସଫଳ ହେଲେ ଇସ୍‌ରୋ ଆଉ ଏକ ଇତିହାସ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

Comments (0)
Add Comment