ଆନ୍ଧ୍ରପ୍ରଦେଶ: ଅଭିନେତାରୁ ରାଜନେତା ବନିଥିବା ପୱନ କଲ୍ୟାଣ ଗୁରୁବାର ଦିନ ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଲରେ ଭେଟିବା ପରେ ଆଗାମୀ ନିର୍ବାଚନରେ ଆସନ୍ତା ନିର୍ବାଚନରେ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି । ଦୁର୍ନୀତି ଅଭିଯୋଗରେ ଚନ୍ଦ୍ରବାବୁ ନାଇଡୁଙ୍କୁ ସେପ୍ଟେମ୍ବର ୯ ରେ ନନ୍ଦଆଲରୁ ଗିରଫ କରାଯାଇଥିଲା । ସେପ୍ଟେମ୍ବର ୧୦ ରେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ ଏବଂ ପରେ ତାଙ୍କୁ ରାଜାମହେନ୍ଦ୍ରଭରମ ସେଣ୍ଟ୍ରାଲ ଜେଲରେ ରଖାଯାଇଥିଲା । ଏହି ସମୟ ମଧ୍ୟରେ ପବନ କଲ୍ୟାଣଙ୍କ ସହ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ଏବଂ ଅନ୍ୟ ଟିଡିପି ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଜନସେନା ମୁଖ୍ୟ ପୱନ କଲ୍ୟାଣ ଟିଡିପି ସହ ନିର୍ବାଚନ ମେଣ୍ଟକୁ ନେଇ ପୂର୍ବରୁ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ । ଆଉ ଏବେ ଚନ୍ଦ୍ରବାବୁ ନାଇଡୁ ଗିରଫ ହେବା ପରେ ସେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଜେଲ ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ପୱନ କଲ୍ୟାଣ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଆଉ ୟାଇଆରସିପିକୁ ବରଦାସ୍ତ କରିବ ନାହିଁ ଏବଂ ଏଥିପାଇଁ ମୁଁ ନିଷ୍ପତ୍ତି ନେଇସାରିଛି ବୋଲି ପବନ କଲ୍ୟାଣ କହିଛନ୍ତି ।