ଆଜିଠୁ ଶାରଦୀୟ ନବରାତ୍ରୀ

ନୂଆଦିଲ୍ଲୀ: ଆଜିଠୁ ଆଦିଶକ୍ତି ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ପୂଜା । ନବଦିନାତ୍ମକ ପୂଜାରେ ମା’ ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ । ନବରାତ୍ରିର ନଅ ଦିନ ଚାଲିବ ସ୍ବରନ୍ତ୍ର ପୂଜାନୀତି । ଅକ୍ଟୋବର ୨୩ ତାରିଖରେ ନବରାତ୍ରୀ ପୂଜା ଶେଷ ହେବ । ତ୍ରିବେଦୀ ତଥା ଆଦିଶକ୍ତି ଦେବୀ ଦୁର୍ଗା, ମହାଲକ୍ଷ୍ମୀ, ମା’ ସରସ୍ୱତୀ ନଅ ସ୍ୱରୂପର ପୂଜା ପାଇଥାନ୍ତି। ନବଦିନାତ୍ମକ ଏହି ପର୍ବର ପ୍ରଥମ ଦିନ ମାତା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ ।

ପର୍ବତରାଜ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଆବିର୍ଭାବ ହୋଇଥିବାରୁ ତାଙ୍କୁ ଶୈଳପୁତ୍ରୀ ନାମରେ ପୂଜା କରାଯାଏ । ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା ଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ମା’ଙ୍କ ପୂଜା ଦ୍ୱାରା ବ୍ୟକ୍ତି ଜୀବନରେ ସ୍ଥିରତା ବଜାୟ ରହେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମା’ ଶୈଳପୁତ୍ରୀ ଚନ୍ଦ୍ରମାକୁ ଦର୍ଶାନ୍ତି । ତାଙ୍କ ଉପାସନା ଦ୍ୱାରା ଚନ୍ଦ୍ରର କୁପ୍ରଭାବ ନିଷ୍କ୍ରିୟ ହୋଇଥାଏ । ଶୈଳପୁତ୍ରୀଙ୍କ ମନ୍ତ୍ର ଜପ କରିବା ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି ।

Comments (0)
Add Comment