ଭୁବନେଶ୍ୱର: ଆଗାମୀ ବିଧାନ ସଭା ନିର୍ବାଚନକୁ ଆଖିଆଗରେ ରଖି ଜନସମର୍ଥନ ହାସଲ ପାଇଁ ଆଜି ଠାରୁ କଂଗ୍ରେସର ‘ଘରେ ଘରେ ହାତ’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ସମ୍ପର୍କିତ ସୂଚନା ଦେଇଛନ୍ତି । ରାଜ୍ୟର ୬୦୯୨ ପଞ୍ଚାୟତ ଓ ୧୧୨ ଏନ୍ଏସି ଓ ମ୍ୟୁନିସିପାଲିଟିରେ କଂଗ୍ରେସ ପକ୍ଷରୁ ପଦଯାତ୍ରା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପଦଯାତ୍ରା ଓ ସାଧାରଣ ସଭା କରି ଲୋକଙ୍କ ମଧ୍ୟରେ ଲିଫଲେଟ୍ ବଣ୍ଟାଯିବ ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଫଳତାକୁ ଲୋକଙ୍କ ସମ୍ମୁଖକୁ ଅଣାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଆସନ୍ତା କାଲି ଠାରୁ ଅକ୍ଟୋବର ମାସ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତ ଏଥିରେ ସାମିଲ ହେବ ବୋଲି କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଛି ।