ଆଜି ଠାରୁ ମନ୍ମଥ ଜଟଣୀ ଦାୟିତ୍ୱ ନେଲେ:ସୁର

ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ । ଏନେଇ ରାଜନୀତି ପାଣିପାଗ ଏବେ ସରଗରମ । ଏହାରି ଭିତରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏକ ବଡ଼ ଘୋଷଣା କରିଛନ୍ତି । ନିଜ ପୁଅ ମନ୍ମଥ ରାଉତରାୟଙ୍କୁ ନିଜ ଉତ୍ତରାଧିକାରୀଭାବେ ସେ ଘୋଷଣା କରିଛନ୍ତି । ତଦନୁଯାୟୀ ମନ୍ମଥ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ । ଭୁବନେଶ୍ୱର ବିମାନବବନ୍ଦରରେ ପୁଅକୁ ସ୍ୱାଗତ ବେଳେ ସୁର ଏଭଳି ଘୋଷଣା କରିଛନ୍ତି । 
ଏହି ଅବସରରେ ସେ କହିଛନ୍ତି ଯେ, ଆଜି ଠାରୁ ମନ୍ମଥ ଜଟଣୀ ଦାୟିତ୍ୱ ନେଲେ, ତମମାନଙ୍କ ପାଇଁ ଚାକିରି ଛାଡ଼ି ଆସିଲେ ।  

Comments (0)
Add Comment