ଆଜି ଲୋକାର୍ପିତ ହେବ ସମଲେଇ ପ୍ରକଳ୍ପ

ଭୁବନେଶ୍ୱର  : ଶନିବାର ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ । ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠର ବିକାଶ କରାଯାଇଛି । ଶନିବାର  ହେବାକୁ ଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେବ । ଏହି ଲୋକାର୍ପଣ ଉତ୍ସବ ପାଇଁ ଶନିବାର ଦିନ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଗୁଡ଼ିକ ଛୁଟି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେହିପରି ଆଜି ଚତୁର୍ଥ ଶନିବାର ଥିବା ଯୋଗୁଁ ସେଦିନ ସମସ୍ତ ସରକାରୀ ଅଫିସ୍‌ ମଧ୍ୟ ବନ୍ଦ ରହିବ।

Comments (0)
Add Comment