କୋଟା (ରାଜସ୍ଥାନ): ଭାରତରେ ଖୁବ୍ କ୍ୱଚିତ ଲୋକ ମିଳିବେ, ଯେଉଁମାନେ ରାଜସ୍ଥାନର କୋଟା ଭଳି ପ୍ରସିଦ୍ଧ ଅଞ୍ଚଳ ବିଷୟରେ ଅଜଣା ଥିବେ । କୌଣସି ଐତିହାସିକ ସ୍ଥାନ ବା ଧରୋହର ପାଇଁ ନୁହେଁ ବରଂ ମେଡିକାଲ ଓ ଇଂଜିନିଅରିଂ ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କର ସଫଳତା ହିଁ ଏହି ଅଞ୍ଚଳକୁ ପ୍ରସିଦ୍ଧି ଦେଇଛି । ଇଞ୍ଜିନିୟରିଂ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା ଏବଂ ମେଡିକାଲ କଲେଜରେ ଆଡମିଶନ ପାଇଁ ଜାତୀୟ ଯୋଗ୍ୟତା-ତଥା -ପ୍ରବେଶିକା ପରୀକ୍ଷା ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ପାଇଁ ପ୍ରତିବର୍ଷ ଦୁଇ ଲକ୍ଷରୁ ଅଧିକ ଛାତ୍ର କୋଟାକୁ ଯାଇଥାନ୍ତି । ତେବେ କୋଟାର କୋଚିଂ ସେଂଟରଗୁଡିକୁ କୋଚିଂ ନେବା ପାଈଁ ଅସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ୁଥିବା ଉଚ୍ଚଆକାଂକ୍ଷା ଯୋଗୁଁ ମିଳୁଥିବା ବିଫଳତା କାରଣରୁ ବଢ଼ିବାରେ ଲାଗିଛି ଆତ୍ମହତ୍ୟା ସମସ୍ୟା । ଯୁବବର୍ଗଙ୍କ ମଧ୍ୟରେ ବଢ଼ୁଥିବା ଏହି ସମସ୍ୟାର ନିୟନ୍ତ୍ରଣ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଛାତ୍ରାବାସଗୁଡିକରେ ସ୍ପ୍ରିଙ୍ଗ୍ ଯୁକ୍ତ ଫ୍ୟାନ୍ ଲଗାଇଥିବାବେଳେ ଛାତ୍ରବାସ କୋଠରୀରେ ଛାତ୍ରମାନଙ୍କୁ କୌଣସି ଚରମ ପଦକ୍ଷେପ ନନେବା ପାଇଁ କୋଚିଂ ହବ୍ କୋଟାସ୍ଥିତରେ ଥିବା ସମସ୍ତ ବାଲକୋନି ଏବଂ ହଷ୍ଟେଲର ଲବିରେ ବର୍ତ୍ତମାନ ଆତ୍ମହତ୍ୟା ନିରୋଧି ଜାଲି ଲଗାଉଛନ୍ତି ।