ଆମେରିକାର ସର୍ବୋଚ୍ଚ ବୈଜ୍ଞାନିକ ପୁରସ୍କାରରେ ସମ୍ମାନିତ ହେଲେ ଦୁଇ ଭାରତୀୟ-ଆମେରିକୀୟ

ୱାସିଂଟନ: ହ୍ବାଇଟ୍‌ ହାଉସ୍‌ରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଭାରତୀୟ-ଆମେରିକୀୟ ଡ. ଅଶୋକ ଗାଡ଼ଗିଲ ଏବଂ ଏସ୍‌. ସୁରେଶଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପଦକରେ ସମ୍ମାନିତ କରାଯାଇଛି। ଜୀବନରକ୍ଷକ ଚିକିତ୍ସା ଉପଚାରକୁ ଅଧିକ ପାରଦର୍ଶୀ କରବା, ମହାମାରୀ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ, ଖାଦ୍ୟ ସୁରକ୍ଷାରେ ସୁଧାର ଆଦି ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବିଜ୍ଞାନ, ପ୍ରଯୁକ୍ତି କ୍ଷେତ୍ରରେ ଅନୁକରଣୀୟ ଉପଲବ୍ଧି ହାସଲ କରିଥିବାରୁ ଏହି ଦୁଇ ବୈଜ୍ଞାନିକଙ୍କୁ ଦେଶର ସର୍ବୋଚ ବୈଜ୍ଞାନିକ ସମ୍ମାନ ପ୍ରଦାନ କରାଯାଇଛି ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

Comments (0)
Add Comment