ଦେଶର ସବୁଠାରୁ ବୟସ୍କ ହାତୀ ବିଜୁଳି ପ୍ରସାଦ ୮୯ ବର୍ଷ ବୟସରେ ମୃତ୍ୟୁବରଣ କରିଛି । ଗତ ସୋମବାର ଦିନ ଆସାମର ସୋନିତପୁର ଜିଲ୍ଲାରେ ବେହଲି ଚା’ ବଗିଚାରେ ଏହି ହାତୀ ତା’ର ଶେଷ ନିଶ୍ୱାସ ତ୍ୟାଗ କରିଛି । ସାଧାରଣତଃ ହାତୀ ମାନେ ୬୨ରୁ ୬୫ବର୍ଷ ପର୍ଯ୍ୟନ୍ତ ବଂଚୁ ଥିବାବେଳେ ବିଜୁଳିର ଉତ୍ତମ ଯତ୍ନ ନିଆଯାଉଥିବାରୁ ଏବଂ ପ୍ରତିଦିନ ପ୍ରୋଟିନଯୁକ୍ତ ଖାଦ୍ୟ ଦିଆଯାଉଥିବାରୁ ସେ ଏତେ ବର୍ଷ ପର୍ଯ୍ୟନ୍ତ ବଂଚି ରହିଥିଲା । ଛୋଟ ଥିଲା ବେଳେ ବିଜୁଳିକୁ ବାରଗଙ୍ଗ ଚା’ ବଗିଚାକୁ ଅଣାଯାଇଥିଲା । ୧୯୪୦ ମସିହାରେ ଜଣେ ବ୍ରିଟିଶ୍ ଚାଷୀ ତାକୁ ଏଠାକୁ ଆଣିଥିଲେ ଯେତେବେଳେ କମ୍ପାନି ବାରଗଙ୍ଗ ଚା’ ବଗିଚାକୁ ବିକ୍ରି କରିଦେଲା, ତା’ପରେ ବିଜୁଳିକୁ ଦ ବିଲିୟମ୍ସନ ମେଗର ଗ୍ରୁପର ଚା’ ବଗିଚାକୁ ଅଣାଯାଇଥିଲା । ବିଜୁଳିର ମୃତ୍ୟୁ ଖବର ଶୁଣିବା ପରେ ବିଜୁଳି ସହିତ ଜଡିତ ଥିବା ପଶୁପ୍ରେମୀ, ଚା’ ବଗିଚାର କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଶୋକବ୍ୟକ୍ତ କରିଛନ୍ତି । ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ବିଜୁଳି ପ୍ରସାଦର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତେବେ ଗିନିଜ ବୁକ୍ ଅଫ ରେକ୍ର୍ଡ ଅନୁସାରେ ତାଇୱାନ୍ର ତାଇପେଇ ଚିଡିଆଖାନାରେ ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ହାତୀକୁ ବିଶ୍ୱର ସବୁଠାରୁ ବୟସ୍କ ହାତୀ ଭାବରେ ଗଣନା କରାଯାଉଛି ।