ଭୁବନେଶ୍ୱର: ସେପ୍ଟେମ୍ବର ମାସ ୨୧ ତାରିଖରେ ଓଡିଶା ବିଧାନସଭାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ଜଣାପଡିଛି । ଆସନ୍ତା ମାସ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ହେବ । ୨୦୨୩ ମେ ମାସ ୧୨ ତାରିଖରେ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ବିଧାନସଭା ଉପ-ବାଚସ୍ପତିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରୁଛି । ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୪ ମୋଟ ୧୩ ଦିନ ଯାଏଁ ଚାଲିବ ବୋଲି ଜଣାପଡିଛି ।
ଗଞ୍ଜାମ ଜିଲ୍ଲା ଭଂଜନଗରରୁ ୫ଥର ବିଧାୟକ ହୋଇଥିବା ବିକ୍ରମ ଆରୁଖ ନିଜ ବ୍ୟକ୍ତିଗତ କାରଣ ଯୋଗୁଁ ହଠାତ୍ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ମାତ୍ର ୧ ବର୍ଷ ପର୍ଯ୍ୟନ୍ତ ବାଚସ୍ପତି ଭାବେ ଦାୟିତ୍ୱନିର୍ବାହ କରିବା ପରେ ସେ ନିଜର ଇସ୍ତଫା ପତ୍ର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପାଖକୁ ପଠାଇଥିଲେ ।