‘ଇଣ୍ଡିଆ’ ମହାମେଣ୍ଟର ୧୩ ସଦସ୍ୟ ବିଶିଷ୍ଟ କମିଟି ଗଠିତ; ଜୁଡେଗା ଭାରତ, ଜିତେଗା ଇଣ୍ଡିଆ

ମୁମ୍ବାଇ: ଇଣ୍ଡିଆ ମହାମେଣ୍ଟରେ ୧୩ ସଦସ୍ୟ ବିଶିଷ୍ଟ ସମନ୍ୱୟ କମିଟି ଗଠିତ ହୋଇଛି । କମିଟିରେ କେସି ଭେନୁଗୋପାଲ (କଂଗ୍ରେସ), ଶରଦ ପାୱାର (ଏନସିପି), ସଞ୍ଜୟ ରାଉତ (ଶିବସେନା – ୟୁବିଟି), ତେଜସ୍ୱୀ ଯାଦବ (ଆରଜେଡି), ଅଭିଷେକ ବାନାର୍ଜୀ (ଟିଏମସି), ରାଘବ ଚାଧା (ଏଏପି), ଟିଆର ବାଲୁ (ଡିଏମକେ), ଜାଭେଦ ଖାନ (ଏସପି) , ଲାଲାନ ସିଂ (ଜେଡି-ୟୁ), ହେମନ୍ତ ସୋରେନ (ଜେଏମଏମ), ଡି ରାଜା (ସିପିଆଇ), ଓମାର ଅବଦୁଲ୍ଲା (ଜାତୀୟ ସମ୍ମିଳନୀ) ମେହବୁବା ମୁଫତି (ପିଡିପି) ସାମିଲ ଅଛନ୍ତି ।
ଏହାସହ ରିସର୍ଚ୍ଚ ଓ ଡାଟା ଆନାଲିସିସ ଟିମ୍‌ ଗଠନ କରାଯାଇଛି । କୋର୍ଡିନେସନ କମିଟିରେ ଚାରିଟି ଗ୍ରୁପ ରହିବେ । ଏହି କମିଟି ମେଣ୍ଟର କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନେବେ । ଏହାସହ ସୋସିଆଲ ମିଡିଆ ଟିମ୍‌ ମଧ୍ୟ ଗଠନ କରାଯିବା ନେଇ ମଧ୍ୟ ଯୋଜନା ରହିଥିବା ଜଣାପଡ଼ିଛି । ଏହି ବୈଠକରେ ୨୮ ଦଳର ୬୨ ନେତା ସାମିଲ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗନ୍ଧୀଙ୍କ ସମେତ ଲାଲୁ ପ୍ରସାଦ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, କପିଲ ସିବଲ ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି । ପାଟନାରେ ବିରୋଧୀଙ୍କ ପ୍ରଥମ ବୈଠକ ବସିଥିବା ବେଳେ, ବେଙ୍ଗାଲୁରୁରେ ଦ୍ୱିତୀୟ ବୈଠକରେ ମେଣ୍ଟର ନାମକରଣ କରାଯାଇଥିଲା ଏବଂ ଜୁଡେଗା ଭାରତ, ଜିତେଗା ଇଣ୍ଡିଆ ନାରା ଦେଇ ଇଣ୍ଡିଆ ମେଣ୍ଟ ଗଠନ ପରେ ମୁମ୍ବାଇ ବୈଠକରେ ଦଳର ରଣନୀତି ପ୍ରସ୍ତୁତିକୁ ବଳ ମିଳିବ ବୋଲି ଚର୍ଚ୍ଚା ହେଉଛି । ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ମଞ୍ଚ ଭାରତର ମୋଟ ୬୦% ଲୋକଙ୍କର ପ୍ରତିନିଧିତ୍ୱ କରୁଛି । ଯଦି ସବୁଦଳ ଏକାଠି ହୁଅନ୍ତି ତେବେ ବିଜେପି ଜିତିବା ସମ୍ଭବ ନୁହେଁ । ମୋଦୀ ସରକାର ପଛରେ ଥିବା ଧାରଣା ହେଉଛି ଏହି ଦେଶର ଗରିବ ଲୋକଙ୍କଠାରୁ ଟଙ୍କା ବାହାର କରି ସୀମିତ ଅଳ୍ପ ଲୋକଙ୍କୁ ହସ୍ତାନ୍ତର କରିବା । ତେଣୁ ଆମେ ଏକ ସ୍ୱଚ୍ଚ ଚିନ୍ତାଧାରାର ପ୍ରସ୍ତାବ ଦେବାକୁ ଯାଉଛୁ ଯେଉଁଥିରେ ଗରିବ ଲୋକ, କୃଷକ, ଶ୍ରମିକମାନେ ଏହି ଦେଶର ପ୍ରଗତିରେ ଯୋଗଦେବେ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି ।

Comments (0)
Add Comment