ଇଣ୍ଡୋନେସିଆର ତିମୋର ଦ୍ବୀପରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ

ଜାକର୍ତା: ଆଜି ଇଣ୍ଡୋନେସିଆର ତିମୋର ଦ୍ବୀପରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ। ‘ୟୁଏସ୍‌ ଜିଓଲୋଜିକାଲ୍ ସର୍ଭେ’ ରିପୋର୍ଟ କରିଛି, ଇଷ୍ଟ୍‌ ନୁସା ତେଙ୍ଗାରା ପ୍ରଦେଶର ରାଜଧାନୀ ନଗରୀ କୁପାଙ୍ଗ୍‌ର ଉତ୍ତର-ଉତ୍ତରପୂର୍ବକୁ ୨୧ କିଲୋମିଟର୍‌ ଦୂର ଏବଂ ଭୂଗର୍ଭର ୩୬.୧ ଗଭୀର ହେଉଛି ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ। ଇଣ୍ଡୋନେସିଆର ‘ମିଟେରୋଲୋଜି, କ୍ଲାଇମାଟୋଲୋଜି ଓ ଜିଓଫିଜିକାଲ୍‌ ଏଜେନ୍‌ସି’ରେ ଥିବା ‘ଭୂମିକମ୍ପ ଓ ସୁନାମି କେନ୍ଦ୍ର’ର ମୁଖ୍ୟ ଡେରିୟୋନୋ କହିଛନ୍ତି, ସ୍ଥଳଭାଗରେ ଏହି ଭୂମିକମ୍ପ ସଙ୍ଘଠିତ ହୋଇଥିବାରୁ କେତେକ ସହର ଓ ଗ୍ରାମରେ ତୀବ୍ର କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଆତଙ୍କିତ ହୋଇ ଯାଇଥିଲେ।

Comments (0)
Add Comment