ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ

ନୂଆଦିଲ୍ଲୀ:  ଜମ୍ମୁ କଶ୍ମୀର ସୀମାରେ ଆଉ ଜଣେ ଆତଙ୍କବାଦୀ ନିପାତ। ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଏନେଇ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

ଅଧିକାରୀମାନେ କହିଛନ୍ତି ଯେ, ଗତକାଲି ପୁଲୱାମାର ଆରିହଲ ଅଞ୍ଚଳର ନ୍ୟୁ କଲୋନୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଖବର ଲେଖା ହେବା ସୁଦ୍ଧା ଅପରେସନ ଜାରି ରହିଥିବା ବେଳେ ଏଥିରେ ଜଣେ ଆତଙ୍କୀକୁ ନିପାତ କରାଯାଇଛି। 

Comments (0)
Add Comment