ଓଡ଼ିଶାର ଚାନ୍ଦିପୁଟ ଘାଟିରେ ପଲଟିଲା ବସ୍‌ ଭାଗ୍ୟକୁ ବଞ୍ଚିଗଲେ ସମସ୍ତ ଯାତ୍ରୀ

ଚାନ୍ଦିପୁଟ: ଗଜପତି ଗଞ୍ଜାମ ସୀମାନ୍ତ ଆର ଉଦୟଗିରି ଥାନା ଅନ୍ତର୍ଗତ କାନକଟା ପଥର କାନ୍ଥି ତଳେ ଘାଟୀର ଅଙ୍କାବଙ୍କା ରାସ୍ତାରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଖସିପଡିଥିଲେ ମଧ୍ୟ ସୌଭାଗ୍ୟକୁ ବସରେ ବସିଥିବା କୌଣସି ଯାତ୍ରୀମାନଙ୍କର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ରାୟଗଡ଼ାରୁ ମହେନ୍ଦ୍ରଗଡ ଦେଇ ଗଞ୍ଜାମ ଜରଡା ଅଭିମୁଖେ ରଘୁନାଥ ନାମକ ଘରୋଇ ବସ୍‌ ଟି ୨୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା । ବର୍ଷା ଯୋଗୁଁ ଘାଟିୀ ରେ ବ୍ରେକ ଫେଲ ହୋଇଯାଇଥିଲା । ଫଳରେ କନକଟା ନିକଟସ୍ଥ ଘାଟୀ ରେ ଥିବା ପଥର କାନ୍ଥି ତଳେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ତଳକୁ ଖସିପଡିଥିଲା । ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ଏକ ବଡ ଧରଣର ଦୁର୍ଘଟଣା ରୁ ବର୍ତିଯାଇଛନ୍ତି ବୋଲି କୁହାଯାଉଛି । ଦୁର୍ଘଟଣା ପରେ ଯାତ୍ରୀମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ଏବଂ ପରେ କିଛି ଅଟୋରିକ୍ସା ରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଫେରିଥିଲେ । ଏହା ପୁର୍ବରୁ ଏହି ଘାଟୀର ସମାନ ସ୍ଥାନ ରେ ଅନେକ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେଉଥିବା ବେଳେ ଅନେକଙ୍କ ପ୍ରାଣ ବି ଯାଇଛି । ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବାରୁ ଅଣ ଓସାରିଆ ରାସ୍ତାକୁ ସୁଧାରିବା ପାଇଁ ଜନସାଧାରଣରେ ଦାବୀ ହେଉଛି ।

Comments (0)
Add Comment