କଟକରୁ ୨ଚୋରା ବନ୍ଧୁକ ବେପାରୀ ଗିରଫ, ୨ଟି ଦେଶୀ ବନ୍ଧୁକ ଜବତ

କଟକ : ପାର୍ବଣରେ ସାରା ସହରରେ ବ୍ଲକିଂ ଚେକିଂ କଡାକଡି ହୋଇଥିବା ବେଳେ କମିଶନରେଟ୍‌ ପୁଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । କଟକରୁ ଦୁଇ ଚୋରା ବନ୍ଧୁକ ବେପାରୀ ଗିରଫ ହୋଇଥିବା ବେଳେ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଆଜି ଲାଲବାଗ ଥାନା ପୁଲିସ ଏକ ଚୋରା ବନ୍ଧୁକ ସିଣ୍ଡିକେଟ୍‌କୁ ଧରିବା ସହିତ ୨ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ ଜଗତସିଂହପୁର ଜିଲ୍ଲା କାଦୁଅପଡା ଅଞ୍ଚଳର ରଜତ ରାଉତ ଓରଫ୍‌ ରାଜା(୨୬) ଏବଂ ତିର୍ତ୍ତୋଲ ଅଞ୍ଚଳର ଶୁଭକାନ୍ତ ନାୟକ ଓରଫ୍‌ ପପି(୨୬) । ଏମାନଙ୍କ ଠାରୁ ଗୋଟିଏ ଦେଶୀ ରିଭଲ୍‌ଭର୍‌ ଏବଂ ଗୋଟିଏ ଦେଶୀ ପିସ୍ତଲ୍‌ ଏବଂ ୫ଟି ଅଫୁଟା ଗୁଳି ଜବତ କରାଯାଇଛି । ଆଜି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ପପି ଏହି ବନ୍ଧୁକ ସିଣ୍ଡିକେଟ୍‌ରେ ଗ୍ୟାଙ୍ଗ୍‌ରେ ନୂଆ ହୋଇଥିବା ବେଳେ ରାଜା ପୂର୍ବରୁ ଚୋରା ବନ୍ଧୁକ କାରବାର କରି ୭ଥର ଗିରଫ ହୋଇଥିବା ପୁଲିସ କହିଛି । ତିର୍ତ୍ତୋଲ୍‌ ଥାନା ଗୋଟିଏ, ଜଗତସିଂପୁହ ଥାନାରେ ୪ଟି ଓ ବାଲିକୁଦା ଥାନାରେ ଗୋଟିଏ ଏବଂ ବିରିଡି ଥାନାରେ ଗୋଟିଏ ମାମଲା ରହିଛି । ଏହି ଗ୍ୟାଙ୍ଗର ମାଷ୍ଟର୍‌ମାଇଣ୍ଡ୍‌କୁ ପୁଲିସ ଖୋଜୁଛି । ପାର୍ବଣରେ କଟକ ସହରରେ ଚୋରା ବନ୍ଧୁକ କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଏକ ସ୍ପେଶାଲ୍‌ ଡ୍ରାଇଭ୍‌ କରାଯାଉଛି ବୋଲି ଡିସିପି ପିନାକ୍‌ ମିଶ୍ର କହିଛନ୍ତି ।

Comments (0)
Add Comment