ଲଖ୍ନୋ: ଆଜି ସକାଳ ବଡି ଭୋରରୁ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ସାଂସଦ କୌଶଳ କିଶୋରଙ୍କ ଉତ୍ତର ପ୍ରଦେଶ ଲଖ୍ନୋ ବାସଭବନରେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ତଥା ‘ବିଜେପି’ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି ବୋଲି ସ୍ଥାନୀୟ ପୋଲିସ ପ୍ରକାଶ କରିଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଉଛନ୍ତି, ବିନୟ ଶ୍ରୀବାସ୍ତବ । ସେ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅ ବିକାଶ କିଶୋରଙ୍କ ନିକଟତମ ବ୍ୟକ୍ତି ଥିଲେ । ଭୋର୍ ପ୍ରାୟ ୪.୧୫ରେ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ଏହି ହତ୍ୟାକାଣ୍ଡ ଘଟିଛି । ଗୁଳି ମରାଯାଇଥିବା ବନ୍ଧୁକଟି କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବିକାଶ କିଶୋରଙ୍କର ବୋଲି ଜଣାପଡିଛି । ତେବେ ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ବ୍ୟକ୍ତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ହତ୍ୟାକାଣ୍ଡ ସମୟରେ ତାଙ୍କ ପୁଅ ଘରେ ନ ଥିଲା । ସେ କହିଛନ୍ତି, ଗତ କାଲି ଠାରୁ ତାଙ୍କ ପୁଅ ଦିଲ୍ଲୀରେ ଅଛି । ପୁଲିସ ଘଟଣାର ତଦନ୍ତ କରିବା ପରେ ଏଥିର ସମ୍ପୃକ୍ତ ଥିବା ଲୋକମାନଙ୍କ ପ୍ରତି ଦଣ୍ଡବିଧାନ କରାଯିବ ।
ସ୍ଥାନୀୟ ପୋଲିସ ସୂଚନା ଅନୁସାରେ ମୃତ ବ୍ୟକ୍ତିଙ୍କର ମୁଣ୍ଡରେ ଆଘାତ ଲାଗିଛି । ମୃତ୍ୟୁ ପୂର୍ବରୁ ତାଙ୍କ ସହିତ ୬ ଜଣ ଲୋକ ଥିଲେ । ରାତ୍ରୀଭୋଜନ ଶେଷ କରି ସମନ୍ତେ ଶୋଇବାକୁ ଯାଇଥିôବାବେଳେ ଏଭଳି ଦୁର୍ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସତକଥା ନିିଶ୍ଛୟ ଜଣାପଡିବ । ଘଟଣାର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯିବ । ଆମେ ମୃତ ବ୍ୟକ୍ତିଙ୍କ ପରିବାରବର୍ଗର ସହାୟତା କରିବୁ । ବିନୟ ଆମର ଅତି ଘନିଷ୍ଠ ଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରୁଛି । ଫୋରେନ୍ସିକ୍ ଟିମ୍ ଓ ତଦନ୍ତକାରୀମାନେ ତଦନ୍ତ ଚଳାଇଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଅଭିଯୋଗ ଦାଏର କରିବା ପରେ ମାମଲା ରୁଜୁ କରାଯାଇଛି ।