କେରଳରେ ପୁଣି ନିପାହ ଭୟ, ଗଲା ୨ ଜୀବନ

ନୂଆଦିଲ୍ଲୀ: କେରଳରେ ନିପାହ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଦୁଇ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସୋମବାର କେରଳର କୋଜିକୋଡେ ଜିଲ୍ଲାର ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁହେଁ ନିପାହ ଭୂତାଣୁ ଦ୍ୱାରା ଦୁହେଁ ସଂକ୍ରମିତ ଥିବା ଜଣାପଡିଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଦିନ ଏହା ନିଶ୍ଚିତ କରିଛନ୍ତି । ଏହି ଘଟଣାର ଯାଞ୍ଚ କରିବା ଏବଂ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ କେରଳକୁ ଏକ ବିଶେଷଜ୍ଞ ଦଳ ପଠାଯାଇଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ, କେରଳରେ ନିପାହ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସନ୍ଦେହ କରି ଅତି କମରେ ଚାରି ଜଣଙ୍କ ନମୁନା ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପରୀକ୍ଷା କରିବାକୁ ପଠାଯାଇଛି । ୨ଜଣକ ମୃତ୍ୟୁ ହେବା ପରେ ସୋମବାର ନିପାହ ଭୂତାଣୁ ପୁଣି ଥରେ ଫେରିଥିବା ସନ୍ଦେହ କରି କେରଳବାସୀଙ୍କୁ ସତର୍କ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ନାମରେ ଭୂତାଣୁର ନାମ ନିପାହ ଦିଆଯାଇଥିଲା । ୧୯୯୮-୯୯ ମସିହାରେ ମାଲେସିଆର ନିପାହ ନାମକ ଗାଁରେ ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ବ୍ୟକ୍ତିମାନଙ୍କର ଚିକିତ୍ସା ନିମନ୍ତେ କୌଣସି ପଦ୍ଧତି ବା ଏହି ରୋଗ ବିରୋଧରେ ଲଢ଼ିବା ପାଇଁ କୌଣସି ଟୀକା ବାହାରି ପାରିନାହିଁ ।

Comments (0)
Add Comment