ଭୁବନେଶ୍ୱର: ରାଜଧାନୀରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରେ ଆଜି ମାଗଣା ଇ-ବସ ଓ ଇ-ରିକ୍ସା ସେବା ମିଳିବ । କ୍ରୁଟର ଇ-ବସ ଓ ଇ-ରିକ୍ସାରେ ଯାତ୍ରୀମାନେ ମାଗଣାରେ ଯାତ୍ରା କରିପାରିବେ । ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି ।
ଆଜି ସ୍ୱଚ୍ଛ ବାୟୁ ଦିବସ ପରିପ୍ରେକ୍ଷୀରେ ଶ୍ରୀମତୀ ଦାସ ଏଭଳି ଘୋଷଣ କରିଛନ୍ତି । ପ୍ରଦୂଷଣ କମାଇବା ଲକ୍ଷ୍ୟରେ ଏଭଳି ଘୋଷଣା କରାଯାଇଛି । ପ୍ରକାଶ ଯେ, ରାଜଧାନୀ ଭୁବନେଶ୍ୱରରେ ୧୦ଟି ରୁଟରେ ଇ-ବସ ଗଡ଼ୁଥିବା ଜଣାଯାଇଛି ।