କରଞ୍ଜିଆ: ପ୍ରକୃତିପ୍ରେମୀ ପର୍ୟ୍ୟଟକଙ୍କ ପାଇଁ ଖୁସି ଖବର । କିଛି ମାସ ବ୍ୟବଧାନ ପରେ ଚଳିତ ବର୍ଷ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟ, ଯଶୀପୁର କାଳିକାପ୍ରସାଦ ଗେଟ୍ ଦେଇ ୩୫ ଟି ଓ ବାରିପଦା ପିଠାବଟା ଗେଟ୍ ଦେଇ ୨୫ ଟି ପର୍ୟ୍ୟଟକ ଗାଡ଼ିକୁ ଅନୁମତି ରହିଛି ।
ସକାଳ ୬ ରୁ ୯ ପର୍ୟ୍ୟନ୍ତ ଟିକେଟ କାଉଣ୍ଟର ଖୋଲା ରହି । ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ପହିଲାରୁ ଜାତୀୟ ଉଦ୍ୟାନ ଶିମିଳିପାଳ ପର୍ୟ୍ୟଟକଙ୍କ ପାଇଁ ଖୋଲୁଥିବା ବେଳେ ଚଳିତ ବର୍ଷ ଆସନ୍ତା ଅକ୍ଟୋବର ମାସ ୧୪ ତାରିଖରେ ଖୋଲିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ବିଭିନ୍ନ ରଙ୍ଗବେରଙ୍ଗରେ ଶିମିଳିପାଳର ଇକୋକଟେଜ୍ ଗୁଡିକ ସଜେଇ ହେଉଥିବା ବେଳେ ଘଞ୍ଚ ଜଙ୍ଗଲ, ଉଚ୍ଚ ପର୍ବତ ଆଉ ପର୍ବତ ଶିଖରରୁ ବୋହିଯାଉଥିବା ବରେହିପାଣି, ଜୋରନ୍ଦା ଓ ଉସ୍କି ଭଳି ଜଳପ୍ରପାତ ସହିତ ବିଭିନ୍ନ ପ୍ରକାର ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ୟ୍ୟଟକ ।