ଗଣେଶ ପୂଜାରୁ ଆରମ୍ଭ ହେବ ନୂଆ ସଂସଦ ଭବନରେ ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ: ଚଳିତ ସେପ୍ଟେମ୍ବର ମାସ ୧୮ ତାରିଖରୁ ସଂସଦର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ମେ’ ୨୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରି ଦେଶବାସୀଙ୍କୁ ଉତ୍ସର୍ଗ କରିଥିବାରୁ ସେପ୍ଟେମ୍ବର ମାସରେ ଏହି ଅଧିବେଶନ ନୂତନ ସଂସଦଗୃହରୁ ଆରମ୍ଭ ହେବ ବୋଲଇ ଆଶା କରାଯାଉଥିଲା । ତେବେ ୧୮ ବଦଳରେ ଶ୍ରୀଗଣେଶ ଚତୁର୍ଥୀ ଅବସରରେ ସେପ୍ଟେମ୍ବର ୧୯ ତାରିଖରେ ନୂଆ ସଂସଦ ଭବନରେ ସଂସଦର ପ୍ରଥମ ଅଧିବେଶନ ହେବ ବୋଲି ଜଣାପଡିଛି । ।ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍‌ଟେମ୍ବର ୧୮ରେ ପୁରୁଣା ଭବନରେ ହିଁ ଆରମ୍ଭ ହେବ । ୧୮ରେ ପୁରୁଣା ଭବନରେ ଅଧିବେଶନ ଆରମ୍ଭ ହେବା ପରେ ୧୯ରେ ଏହା ନୂଆ ଭବନକୁ ସ୍ଥାନାନ୍ତର ହେବ ।

Comments (0)
Add Comment