ଗଣେଶ ପୂଜାରେ ଆସିବ ଜିଓ ଏୟାରଫାଇବର,ଘୋଷଣା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଆସନ୍ତା ଗଣେଶ ଚତୁର୍ଥୀ ଅର୍ଥାତ ୧୯ ସେପ୍ଟେମ୍ବରରେ ଜିଓ ଏୟାରଫାଇବର ଲଞ୍ଚ ହେବ ବୋଲି ଘୋଷଣା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏହା ଦ୍ୱାରା ଗ୍ରାହକମାନେ ବିନା ତାରରେ (ୱେୟାରଲେସ୍‌) ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ୍‌ ସର୍ଭିସ୍‌ ପାଇପାରିବେ । ଏହା ଦ୍ୱାରା ଯେଉଁଠାରେ ଫାଇବର ଅପଟିକ୍‌ସ ପହଞ୍ଚିନାହିଁ, ସେଠାରେ ଲୋକମାନେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସେବା ପାଇପାରିବେ । ୫ଜି ନେଟୱାର୍କ ବ୍ୟବହାର କରିବା ପାଇଁ ଏହି ସେବା ଯୋଗାଇଦିଆଯିବ ବୋଲି ଅମ୍ବାନି କହିଛନ୍ତି । ଜିଓ ପାଖରେ ଏବେ ୫ କୋଟିରୁ ଅଧିକ ଗ୍ରାହକ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ବାର୍ଷିକ ସାଧାରଣ ପରିଷଦ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ କମ୍ପାନୀ ମୋଟ ୧୫୦ ବିଲିୟନ ଡଲାର ନିବେଶ କରିଛି । ଏହି ସମୟ ମଧ୍ୟରେ କୌଣସି କମ୍ପାନୀ ପକ୍ଷରୁ ଏହା ସର୍ବାଧିକ ପୁଞ୍ଜିନିବେଶ ଅଟେ । ରିଲାଏନ୍ସ ଏକ ଉଦୀୟମାନ ନୂତନ ଭାରତରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଆମେ ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ ଏବଂ ତାହା ହାସଲ କରିଛୁ ବୋଲି ଶ୍ରୀ ଅମ୍ବାନୀ କହିଛନ୍ତି । ଏହି ଅବସରରେ ନୀତା ଅମ୍ବାନୀ କମ୍ପାନୀରୁ ଅବସର ଗ୍ରହଣ କରିଥିବା ବେଳେ ନିର୍ଦ୍ଦେଶକ ମଣ୍ଡଳୀରେ ଆକାଶ, ଈଶା ଓ ଅନନ୍ତ ଅମ୍ବାନୀ ସାମିଲ ହୋଇଥିବା ସୂଚନା ପ୍ରଦାନ କରାଯାଇଛି ।  

Comments (0)
Add Comment