ଗୁରୁଦିବସ:ଶିକ୍ଷକ ସମାଜକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ବିଜ୍ଞାନ ଭବନ ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ଦିବସ ଅବସରରେ ଦେଶର ୭୫ ଜଣ ପ୍ରତିଭାଶାଳୀ ଶିକ୍ଷକମାନଙ୍କୁ ସମ୍ମାନିତ କରିଛନ୍ତି । ଚଳିତ ବର୍ଷ ୫୦ ଜଣ ସ୍କୁଲ୍‌ ଶିକ୍ଷକ, ଉଚ୍ଚ ଶିକ୍ଷା ବିଭାଗର ୧୩ ଜଣ ଶିକ୍ଷକ ଓ ଦକ୍ଷତା ବିକାଶ ଓ ଉଦ୍ୟାମିତା ମନ୍ତ୍ରଣାଳୟର ୧୨ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ଏହି ଅବସରରେ ଶିକ୍ଷକ ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଏହି ଦିବସ ଶିକ୍ଷକମାନଙ୍କ ବୃତ୍ତି ଏବଂ ସେମାନଙ୍କ ସେବାକୁ ସମ୍ମାନ ଜଣାଇବାର ଦିନ । ସେ କହିଛନ୍ତି, ଆଧୁନିକ ଜ୍ଞାନକୌଶଳ ଯୁଗରେ ଶିକ୍ଷକମାନଙ୍କ ଭୂମିକାରେ ପରିବର୍ତ୍ତନ ଘଟିଛି । ଭାରତକୁ ଜ୍ଞାନକୁମ୍ଭରେ ପରିଣତ କରିବା କ୍ଷେତ୍ରରେ ଶିକ୍ଷକମାନଙ୍କ ଭୂମିକାକୁ ରାଷ୍ଟ୍ରତି ପ୍ରଶଂସା କରିଛନ୍ତି । ୧୯୫୮ ମସିହା ଠାରୁ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଆସୁଛି । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଡକ୍ଟର ରାଧାକ୍ରିଷ୍ଣନ୍‌ ୧୮୮୮ ମସିହା ସେପ୍‌ଟେମ୍ବର ୫ରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୨ରୁ ୧୯୬୭ ପର୍ଯ୍ୟନ୍ତ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

Comments (0)
Add Comment