ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା

ଦେଶରେ ବହୁ ସ୍ଥାନରେ ଓମିକ୍ରନ୍‌ ଗୋଷ୍ଠୀ ସଂକ୍ରମଣ ହେଲାଣି। ଓଡ଼ିଶାରେ ବି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଖୁବ୍‌ ଶୀଘ୍ର ଗୋଷ୍ଠୀ ସଂକ୍ରମଣ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ଓଡ଼ିଶାରେ ଏଯାଏଁ ହୋଇନି ଗୋଷ୍ଠୀ ସଂକ୍ରମଣ । କିନ୍ତୁ ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା । ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଗୋଷ୍ଠୀ ସଂକ୍ରମଣର ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ୍ ସଂଖ୍ୟା ବଢିବା ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏବେ ରାଜ୍ୟରେ ମାତ୍ର ୨ ପ୍ରତିଶତରୁ କମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ।
କିଛି ଦିନ ତଳେ ହୋଇଥିବା ଜିନମ୍ ସିକ୍ୱେନସିଂ ଅନୁସାରେ ୬୦ ପ୍ରତିଶତ ଥିଲା । ବାହାର ଦେଶର ଯାତ୍ରା ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢିବାର ଅର୍ଥ ଗୋଷ୍ଠୀ ସଂକ୍ରମଣ ହୋଇଛି ।

Comments (0)
Add Comment