ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ସର୍ବାଧିକ ୧୨୦ ମିମି ବର୍ଷା ହୋଇଛି । ୧୩ ସହରରେ ପ୍ରବଳ ବର୍ଷିଛି । ଜଡ଼ିତ ଘୂର୍ଣ୍ଣିବଳୟ ପ୍ରଭାବରେ ଆଉ ଦୁଇ ଦିନ ବର୍ଷା ଲାଗି ରହିବ । ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଗତ ୨୪ ଘଣ୍ଟାରେ ଦେଶର ସବୁଠୁ ଅଧିକ ବର୍ଷା ବାଲେଶ୍ୱରରେ ରେକର୍ଡ କରାଯାଇଛି । ବାଲେଶ୍ୱରରେ ସର୍ବାଧିକ ୧୧୭ ମିମି, ବାହାନଗାରେ ୯୦, ଉଦଳାରେ ୯୦, ଭୁବନରେ ୯୦ ଓ ମୟୂରଭଞ୍ଜର କପ୍ତିପଦାରେ ୮୦ ମିମି ବର୍ଷା ରେକର୍ଡ ହୋଇଛି । ଚାନ୍ଦବାଲିରେ ୬୭.୭, ଗୋପାଳପୁରରେ ୪୯.୭, କୋରାପୁଟରେ ୪୭.୬, ମାଲକାନଗିରିରେ ୪୪.୬, ଯାଜପୁରରେ ୩୧.୨ ଓ ଝାରସୁଗୁଡ଼ାରେ ୨୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
୭ ତାରିଖରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅଧିକ ବର୍ଷା ହୋଇପାରେ । ୮ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଅଛି ।