ଜାନୁଆରୀ ୨୨ରେ ଛୁଟି ଘୋଷଣା କଲେ ୫ ରାଜ୍ୟ

ନୂଆଦିଲ୍ଲୀ:  ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ  ପୂର୍ବରୁ କେବଳ ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଜାନୁଆରୀ ୨୨ ସାରା ରାଜ୍ୟରେ ଛୁଟି ଘୋଷଣା କରିଥିବାବେଳେ ଏବେ ଆଉ ୫ରାଜ୍ୟ ସାର୍ବଜନୀକ ଛୁଟି ଘୋଷଣା କରିଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜାନୁଆରୀ ୨୨କୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଜନସାଧାରଣଙ୍କୁ ଏହି ଦିନକୁ ଉତ୍ସବ ସହକାରେ ପାଳନ କରିବାକୁ ଉତ୍ସାହିତ କରାଯାଇଛି। ମୋହନ ସରକାର ରାଜ୍ୟରେ ସ୍କୁଲ ବନ୍ଦ ରଖିବା ସହ ମଦ ଓ ଭାଙ୍ଗ ଦୋକାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ରଖିଛନ୍ତି।

ସେହିପରି ରାମ ମନ୍ଦିର ସ୍ଥାପନ ନେଇ ଗୋଆ ସରକାର ଜାନୁଆରୀ ୨୨ରେ ସରକାରୀ ଅଫିସ ଓ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି କ୍ରମରେ ଛତିଶଗଡ ଓ ହରିୟାଣା ସରକାର ଜାନୁଆରୀ ୨୨ରେ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଛତିଶଗଡରେ ସରକାରୀ ସ୍କୁଲ-କଲେଜ ସହ ବେସରକାରୀ ସ୍କୁଲ-କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ନିଆଯାଇଛି। ସେହିପରି ହରିୟାଣାରେ ଏହିଦିନକୁ ଡ୍ରାଏ ଡେ ଘୋଷଣା କରାଯାଇଛି।

Comments (0)
Add Comment